ସିମୁଳିଆ (ଅକ୍ଷୟ କୁମାର ଜେନା):ଵହୁ ପ୍ରସିଦ୍ଧ ମଇତାପୁର ମେଲଣ ଉଭୟ ରାଜନୈତିକ ଦଳକୁ ନେଇ ବିଭାଜିତ। ଏଵଂ ଭଗବାନଙ୍କ ମେଲଣକୁ ନେଇ ଭାଇ ଚାରା ତ ଦୁର ର କଥା ଏଠାରେ ରକ୍ତପାତ ହେଉ ଥିବାର ଦେଖା ଯାଉଛି। ଗୋଟେ ପଟେ ଦେବୋତ୍ତର ବିଭାଗ କିଛି ଠାକୁର ବାଡ଼ିଆଙ୍କୁ ନେଇ ମେଲଣ ପଡିଆ ରେ ମେଲଣ କରୁଥିବା ବେଳେ ଅନ୍ୟ ପଟେ ଅସନ୍ତୁଷ୍ଟ କିଛି ଠାକୁର ବାଡିଆ ଅନ୍ୟତ୍ର ଜାଗାରେ ମେଲଣ କରୁଛନ୍ତି। ଫଳରେ ଦୀର୍ଘ ୧୨୦ ବର୍ଷର ଏହି ମେଲଣ ଅନେକ ଲୋକଙ୍କ ଭାବନା କୁ କୁଠାରଘାତ କରିବା ସହିତ ଧୀରେ ଧୀରେ ଲୋକପ୍ରିୟତା କମି ବାରେ ଲାଗିଛି। ବହୁ ଆଖ ପାଖ ଅଞ୍ଚଳରୁ ଦେଖଣାହ।ରୀ ବନ୍ଧୁ ବର୍ଗ ନିରାଶ ହେବା ସହ ଦୁଃଖ ପ୍ରକାଶ କରୁଥିବା ନଜରକୁ ଆସୁଛି। ଏଥର ପଡିଆ ମଧ୍ୟକୁ ଡିଜେ ପ୍ରବେଶ କୁ ନେଇ ପୋଲିସ ର ବିରୋଧ ଏଵଂ ପୋଲିସ ଜନତା ଙ୍କ ମଧ୍ୟ ରେ ଖଣ୍ଡ ଯୁଦ୍ଧ କୁ ନେଇ ସାଧାରଣ ଲୋକ ଆହତ ହେବା ତା ସହ ଠାକୁର ପ୍ରବେଶ ରୀତିନୀତି ବାଧା ପ୍ରାପ୍ତ ହେବ ସତରେ ଏହି ଦେଶ ମେଲଣ ଐତିହ୍ୟ କୁ କ୍ଷୁର୍ଣ୍ଣ କରିଛି । ଅଞ୍ଚଳ ବାସି ପ୍ରତେକ ବର୍ଷ ଏଇ ମେଲଣ ପର୍ବକୁ ଚାତକ ପରି ଚାହିଁ ରହିଥିବା ବେଳେ ଗତ କିଛି ଦିନ ହେବ ରାଜନୈତିକ ଦଳ ବଳ କୁ ନେଇ ବିଭାଜିତ ଦେଶ ମେଲଣ ଟି ସମସ୍ତ ଙ୍କ ଇଛା ମିଳାମିଶା ସହ ସୁରୁଖୁରୁରେ ହେବା । କିନ୍ତୁ ସମସ୍ତ ଅଞ୍ଚଳ ବାସି ଙ୍କ ଇଛା ଇଚ୍ଛା ରେ ହିଁ ସୀମିତ ହୋଇ ରହି ଯାଉଛି।
Sign in
Sign in
Recover your password.
A password will be e-mailed to you.