ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ଜୋରଦାର ହୋଇ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଭାରତୀୟ ଜନତା ପାର୍ଟି ପାଟଣାଗଡ଼ ପୌର ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପାଟଣା ମହାରାଜା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ସହ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ରାଜଜେମା ନିବୃତ୍ତି କୁମାରୀ ସିଂହଦେଓ । ପୌର ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପ୍ରାର୍ଥୀ ବୁଡୁ ଶବରଙ୍କ ପାଟଣାଗଡ଼ ପୌର ପରିଷଦର ସମସ୍ତ ୧୫ଟି ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ପରିମାଣର ଭୋଟ ଦେଇ ଜିତାଇବା ପାଇଁ ପାଟଣାଗଡ଼ର ସମୁଦାୟ ୧୫ ଗୋଟି ୱାର୍ଡର ବିଜେପି କାଉନସିଲର ପ୍ରାର୍ଥୀମାନଙ୍କ ସହ ଆଜି ଶେଷ ଦିନରେ ଭୋଟ ଭିକ୍ଷା କରିଥିଲେ । ଏଥିରେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ସାଂସଦ ସଂଗୀତାକୁମାରୀ ସିଂଦେଓ ଓ ରାଜଜେମା ନିବୃତ୍ତି କୁମାରୀ ସିଂଦେଓ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ଆଗକୁ ନେବାକୁ ଓ ଜନ ହିତକର ଯୋଜନା ଲୋକଙ୍କ ପାଖକୁ ପହଞ୍ଚିଇବା ପାଇଁ ହେଲେ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ନେଇ ବିଜୟୀ କରାନ୍ନ୍ତୁ ବୋଲି ଅନୁରୋଧ କରିଥିଲେ । ଶତାଧିକ ବିଜେପି ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇ ଘରକୁ ଘର ଯାଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post