ନିଶ୍ଚିନ୍ତକୋଇଲି- ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମପ।ୟତ ରେ ରାଜନୈତିକ ହିଂସା ସୃଷ୍ଟି ହେବାର ୪ଦିନ ହେବାକୁ ବସିଲାଣି। ଏ ସମ୍ପର୍କରେ ୧୯ତାରିଖ ଠାରୁ କିଶୋରନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। କିଶୋରନଗର ଥାନା ତରଫରୁ କେବଳ କେସ ରୁଜୁ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ ଫଳରେ ଏହି ଅ ଳରେ ରାଜନୈତିକ ହିସାଂ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ପୋଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସୂଚନାଯୋଗ୍ୟ କି, ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ଏପରି ଘଟଣା ଭିଆଇଥିବାର ଅଭିଯୋଗ ହୋଇଛି। ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ତଥା ବାବୁଜଙ୍ଗ ପ।ୟତର ଛାତ୍ର ବିଜେଡ଼ି ସଭାପତି ବିମଳ ପଢିହାରୀ ଓ ଅନ୍ୟ ଜଣେ ଯୁବକ ସମୀର ବେଉରା ହୋଲି ପରେ ନଦୀକୁ ଗାଧେଇବାକୁ ଯାଉଥିଲାବେଳେ ସେହି ଗ୍ରାମର ସୀତାକାନ୍ତ ବାରିକ ଓ ଦିଲ୍ଲିପ କୁମାର ସାହୁ ବିମଳ ଓ ତାଙ୍କ ସାଥିଙ୍କୁ ଲୁହା ରଡ଼ ଓ ଲୁହା ପାଇପ ଆଦି ମାରାଣସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବା ସହ ବିଭିନ୍ନ ପ୍ରକାର ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଛି। ଏଥିରେ ଗୁରୁତର ଭାବେ ଆହତ ହୋଇ ବିମଳ ଓ ସମୀର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ। ପୋଲିସ ତରଫରୁ ୪୫/୨୦୨୨ ରେ ଏକ କେଶ ରୁଜୁ କରାଯାଇଥିବାର ଜଣାଯାଇଥିଲା। ତେବେ ଏହିପରି ଘଟଣା ବିଜୟୀ ସରପ ଙ୍କ ଦୁଇ ସମର୍ଥକଙ୍କ ସହ ଘଟିଥିବାରୁ ସ୍ଥାନୀୟ ଗ୍ରାମବାସୀ,ବୁଦ୍ଧିଜୀବୀ, ଯୁବକ ମାନଙ୍କ ମଧ୍ୟରେ ଆନ୍ଦୋଳନାତ୍ମକ ଭାବାବେଗ ସୃଷ୍ଟି ହୋଇଛି। ତେବେ ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେବା ସହ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଉଚ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ସ୍ଥାନୀୟ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ସମସ୍ତ ଗ୍ରାମପ।ୟତର ବିଜୁ ଛାତ୍ର ଜନତା ଦଳ ସଭାପତି ଓ ସମ୍ପାଦକ ଏ ସମ୍ପର୍କରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କିଶୋରନଗର ଥାନା ଆଇଆଇସି ସସ୍ମିତା ରଣା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ୪ଦିନ ବିତିବାକୁ ବସିଥିଲେ ମଧ୍ୟ ଥାନା ଆଇଆଇସି ଏହି ଘଟଣାରେ କୌଣସି ସମୁଚିତ ପଦକ୍ଷେପ ନନେବା ପରେ କେଉଁଠି ନାଁ କେଉଁଠି ଗଭୀର ସନ୍ଦେହ ଉତ୍କଟ ହୋଇଛି ସାଧାରଣ ଜନତା ଏବଂ ବିଜୁ ଛାତ୍ର ଜନତା ଦଳ ନେତାଙ୍କ ମଧ୍ୟରେ !
Sign in
Sign in
Recover your password.
A password will be e-mailed to you.