ମନ୍ତ୍ରୀ ପ୍ରତାପ ଜେନାଙ୍କ ଅତି ପ୍ରିୟ ଯୁବନେତା ଅଶୋକ ବ୍ଲକ ଉପାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା

0

ନିଶ୍ଚିନ୍ତକୋଇଲି- ନିଶ୍ଚିନ୍ତକୋଇଲି ବ୍ଲକ ତଥା ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ସୁକାର୍ଯ୍ୟଦକ୍ଷ ଯୁବନେତା ସୁଖ ଦୁଃଖର ସାଥୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସବିତା ଓଝାଙ୍କ ପ୍ରତିନିଧି ଅଶୋକ କୁମାର ଓଝା(ଟିଟୁଆ)ଭାଇ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ହେବାକୁ ଯାଉଥିବାରୁ ସମସ୍ତ ପ।ୟତବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଶ୍ରୀ ଓଝା ଦିନ ହେଉକି ରାତି ହେଉ, ବର୍ଷା ହେଉକି ଖରା, ଝଡ଼ ହେଉକି ବାତ୍ୟା ସବୁବେଳେ ସବୁ ସମୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ରହି ଲୋକମାନଙ୍କ ସୁଖ ଦୁଃଖର ସାଥୀ ପାଲଟିଥାନ୍ତି। ଯାହାପାଇଁ ଶ୍ରୀ ଓଝାଙ୍କ ପ୍ରତି ନିଶ୍ଚିନ୍ତକୋଇଲି ବ୍ଲକ ଅ ଳର ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ, ଯୁବପିଢି,ମାଆ,ଭଉଣୀ ଙ୍କ ସମେତ ସମଗ୍ର ଅ ଳବାସୀଙ୍କ ସ୍ନେହ,ଶ୍ରଦ୍ଧା,ଭଲପାଇବା ଏବଂ ଆର୍ଶିବାଦ ରହିଥିବାରୁ ବହୁଥର ବିଜୟର ଟୀକା ପିନ୍ଧିଆସିଛନ୍ତି। ସେହିପରି ଭାବେ ଆସନ୍ତା ୨୩ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଶ୍ରୀ ଅଶୋକ କୁମାର ଓଝା ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ତେବେ ବିଜୁ ଜନତା ଦଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟ ପାଇଁ ସର୍ବୋପରି ଶ୍ରୀ ଓଝାଙ୍କ ପ୍ରତି ସମସ୍ତଙ୍କର ଆଶିର୍ବାଦ ରହିଥିବାରୁ ବହୁ ଖଣ୍ଡ ଭୋଟରେ ବିଜୟହାସଲ କରି ଉପାଧ୍ୟକ୍ଷ ଆସନ ଗ୍ରହଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ଶ୍ରୀ ଓଝା ଜଣେ ସମାଜସେବୀ, ଭଦ୍ର,ଶିକ୍ଷିତ,ପରୋପକାରୀ,ଯୁବନେତା ଭାବେ ସ୍ଥାନୀୟ ଅ ଳରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି , ଯାହାପାଇଁ ଶ୍ରୀ ଓଝା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ହେବା କଥା ଚର୍ଚ୍ଚା ହେବା ପରେ ସ୍ଥାନୀୟ ଅ ଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିବାର ପରିଲକ୍ଷିତ ହୋଇଛି। ତେବେ ସମଗ୍ର ପ।ୟତବାସୀଙ୍କ ଆର୍ଶିବାଦ ପ୍ରକୃତରେ କେତେ ଖଣ୍ଡ ଭୋଟରେ ଶ୍ରୀ ଓଝାଙ୍କୁ ବିଜୟଲାଭ କରୁଛି ତାହା ଦେଖିବାକୁ ବାକି ରହିଲା !

Leave A Reply

Your email address will not be published.