ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0

ଜଗତସିଂହପୁର-/- ସୁମନ୍ତ କୁମାର ଦାସ : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ସ୍ଥିତ ସଦ୍ ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିଵସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ଵୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାୱରୀ ଓଡିଶା ଦିଵସ ସମାରୋହକୁ ସରସ ସୁନ୍ଦର ଓ ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ସମସ୍ତ ଙ୍କ ର ସହଯୋଗ କାମନା କରିଥିଲେ। ଏପ୍ରିଲ୍ ୧ ତାରିଖ ସଂଧ୍ୟାରେ ସ୍ଥାନୀୟ ଆଦି କବି ସାରଳା ଦାସ ସଂସ୍କୃତି ଭବନରେ ପାଳନ କରାଯିଵ।ଜିଲ୍ଲାସ୍ତରୀୟ ଓଡିଶା ଦିବସ କାଯ୍ୟକ୍ରମ ସହିତ ଓଡିଆ ଭାଷା,ସାହିତ୍ୟ, ସଂସ୍କୃତି ଵିଭାଗ ପ୍ରଯୋଜନାରେ ଓଡିଆ ସଂଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ଆଦାଦିକା ଅମୃତ ମହୋସଵ ଅଵସରରେ ବନ୍ଦେ ଉତ୍କଳ ଜନନୀ କାଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାଯ୍ୟକ୍ରମ ରେ ୧୨ ଗୋଟି ଦେଶାତ୍ମବୋଧକ ସଂଗୀତ ଗାନ କରାଯିଵ। ଓଡିଶା ଦିବସ ଦିନ ପ୍ରାତ୍ତ ୪ ଘଣ୍ଟା ୩୦ ମିନିଟ ରେ ସହର ମଧ୍ୟରେ ଉତ୍କଳ ବନ୍ଦନା ଗାନ କରାଯିବ।ଉଚ୍ଚ ବିଦ୍ୟାଳୟ ଓ ମହାଵିଦ୍ୟାଳୟ ସ୍ତରରେ ବ୍ଲକସ୍ତରୀୟ ପ୍ରତିଯୋଗିତା ମାର୍ଚ୍ଚ ୨୫ ତାରିଖରେ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାର୍ଚ୍ଚ ୨୮ ତାରିଖରେ ଅନୁଷ୍ଠିତ ହେବାପାଇଁ ଵେଠକରେ ନିଷ୍ପତି ଗ୍ରହଣ କରାଗଲା।ଓଡିଆ ବକୃତା, ଦେଶାତ୍ମବୋଧକ ସଂଗୀତ ଓ କ୍ୱଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେଵ। ଓଡିଶା ଦିଵସ ଦିନ ସମସ୍ତ ସରକାରୀ କାଯ୍ୟାଳୟ ଓ ପୌର ପରିଷଦ ମଧ୍ୟରେ ଥିବା ଵାଣିଜ୍ୟିକ ପ୍ରତିଷ୍ଠାନ ଗଡିକରେ ଆଲୋକିକରଣ କରାଯିଵା ପାଇଁ ବୈଠକରେ ନିଷ୍ଫତି ଗ୍ରହଣ କରାଗଲା।
ପ୍ରସ୍ତୁତି ବୈଠକଣପ୍ରାରମ୍ଭରେ ଵରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନା ଙ୍କ ଅକାଳ ଵିୟୋଗରେ ୨ ମିନିଟ୍ ନୀରବ ପ୍ରାଥନା କରାଯାଇଥିଲା। ସକାଳ ୭ ଘଟିକା ସମୟରେ ପୋୖରପରିଷଦ ମଧ୍ୟରେ ଥିବା ମହାପୁରୁଷଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯିବ। ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ପଣ୍ଡା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କରେ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟନାୟକ ଓଡିଶା ଦିଵସ ପାଳନର କଯ୍ୟସୂଚୀ ସମ୍ପକରେ ଆଲୋଚନା କରିଥିଲେ। ଏହି ଵୈଠକରେ ଲୋକ କବି ନାଟ୍ୟଚାଯ୍ୟ ବାଳ କୃଷ୍ଣ ସ୍ମୁତି ପରିଷଦର କର୍ମକର୍ତ୍ତା ,ସହରର ମାନ୍ୟଗନ୍ୟ ଵ୍ୟକ୍ତି ,ବିଭାଗିୟ ଅଧିକାରୀ ମାନେ ଉପସ୍ତିତ ଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଧନ୍ୟଵାଦ ଅପର୍ଣ କରିଥିଲେ।

Leave A Reply

Your email address will not be published.