ଡାକ୍ତରଙ୍କ ମାତୃ ବିୟୋଗ

0

ଗୁଦେରପାଲି-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ସ୍ବର୍ଗତ ସ୍କୁଲ ଏସ୍ଆଇ ଗୋକୁଳାନନ୍ଦ ଦେବତା ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଗିରିଜା ଦେବତା (୯୧) ବର୍ଷ ବୟସରେ ତାଙ୍କର ଗୁଦେରପାଲି ସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି।ସେ ଦୀର୍ଘ ବର୍ଷ ହେଲା ଶଯ୍ୟା ସାୟି ଥିଲେ। ତାଙ୍କ ପଛରେ ପୁଅ, ବହୁ, ନାତି,ନାତୁଣୀ ଙ୍କୁ ଛାଡି ଯାଇଛନ୍ତି।ସେ ଜଣେ ପରୋପକାରି ଧର୍ମ ପରାୟଣ ମହିଳା ଥିଲେ।ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ତାଙ୍କ ଏକ ମାତ୍ର ପୁତ୍ର ଡାକ୍ତର ନିର୍ମଳ କୁମାର ଦେବତା ମୁଖାଗ୍ନି ଦେଇଛନ୍ତି।ଗୁଦେରପାଲି ସ୍ଵର୍ଗଦ୍ଵାର ରେ ଶେଷ କୃତ୍ୟ ସଂପନ୍ନ ହୋଇଛି।

Leave A Reply

Your email address will not be published.