ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ମହିଳା ଆହତ

0

ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ ବଖରା ଘର, ଆହତ ହୋଇଛନ୍ତି ମହିଳା । ସୂଚନା ଅନୁଯାୟୀ, ଭଦ୍ରକ ସହରସ୍ଥ ଅସ୍ଥଳରେ ରମେଶ ଲାଲଙ୍କ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ ନିଆଁ ଲାଗିଯାଇଥିଲା। ଦୁଇଟି ଗ୍ୟାସ ଟାଙ୍କି ଫାଟିବାରୁ, ନିଆଁର ପ୍ରକୋପ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁରେ ଘର ଗୁଡିକ ଜଳିଯିବା ସହ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଜଣେ ମହିଳା ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସା ହେଉଥିବା ସୂଚନା ମିଳିଛି। ପରେ ଅଗ୍ନିଶମ ବାହିନୀ ର 2 ଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ |

Leave A Reply

Your email address will not be published.