ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ଛପନ ଭୋଗ , ସାଧୁସେବା ଏବଂ ଫୁଲ ଓ ରଙ୍ଗର ହୋଲିରେ ଗୌରହରି ପୂର୍ଣ୍ଣିମା ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ଵର ପଞ୍ଚମ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅଭିଯାନ ଅବସରରେ ଭୁବନେଶ୍ୱର ରାଧିକା ବାତ୍ସଲ୍ୟ ଧାମର ମୁଖ୍ୟ ସାଧ୍ବୀ ଗୀତା ଦେବୀଙ୍କ ସଭାପତିତ୍ୱରେ ସ୍ଥାନୀୟ ଚିନ୍ମୟ ମିଶନ ଠାରେ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ଛପନ ଭୋଗ ଯଥାରୀତିରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ଅର୍ପଣ କରାଯାଇ ସାଧୁସେବା ଏବଂ ଫୁଲ ଓ ରଙ୍ଗର ହୋଲିରେ ବହୁ ଆଡମ୍ବର ସହିତ ଦୋଳ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି।
ସାଧୁସନ୍ଥ ରୂପେ ମହନ୍ତ ରମାନନ୍ଦ ଦାସ ଜୀ , ଶ୍ରୀ ଯଶୋଦା ନନ୍ଦ ଜୀ , କେରାଣ୍ଡି ମହନ୍ତ , ଚାଙ୍ଗୁଡ଼ି ମହନ୍ତ ଏବଂ ସ୍ୱାମୀ ନିଗମାନନ୍ଦ ଜୀ ଯୋଗ ଦେଇଥିଲେ। ଏଥିରେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଓକିଲ ଜଗା ରାଓ ପରିଚାଳନା କରିଥିଲେ।

Leave A Reply

Your email address will not be published.