ମହାନଦୀରେ ଯୁବକ ବୁଡି ନିଖୋଜ

0

ଜଗତସିଂହପୁର /ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର) ପଞ୍ଚାୟତ ଅନ୍ତର୍ଗତ ବଡ଼ଜୀଙ୍ଗଲ ଗ୍ରାମରୁ ୫ ଜଣ ଯୁବକ ପୋଷଲ ମହାନଦୀ କୁ ଗାଧୋଇବାକୁ ଆସିଥିଲେ. ସେଥିମଧ୍ୟରୁ ଜଣେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ. ନିଖୋଜ ଥିବା ଯୁବକ ହେଲେ ବଦଜୀଙ୍ଗଲ ଗ୍ରାମର ନୃସିଂହ ଦାସଙ୍କ ପୁଅ ବିବେକ ଦାସ (୧୮) ଗାଧୋଇବାକୁ ଆସି ବୁଡିଯାଇଥିଲେ। ବିବେକ ଙ୍କ ସହିତ ଆଉ ଦୁଇ ଜଣ ବୁଡିଯାଉଥିବାବେଳେ ସାଙ୍ଗରେ ଥିବା ଅନ୍ୟ ଜଣେ ସାହାସିକତା ର ସହିତ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିଥିଇଲେ। ବିବେକ ବୁଡିଯାଇଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଖୋଜା ଖୋଜି କରି ଶେଷରେ ବିବେକ ର ମୃତ ଦେହକୁ ଉଦ୍ଧାର କରିଥିଲେ। ଖବର ପାଇ କୁଜଙ୍ଗ ଓ ଗରଦପୁର ବ୍ଲକ ଅଗ୍ନି ବିଭାଗ ଦମକଳ ବାହିନୀ ପହଞ୍ଚି ଲା ବେଳକୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଅଗ୍ନିବିଭାଗ ବୁଡିଯାଇଥିବା ଯୁବକଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି ଫେରିଯାଇଥିଲେ। ଖବର ପାଇ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ କାନୁନଗୋ ପହଂଚି ଶବ ଜବତ କରି ବେବଛେଦ ପାଇଁ ପଠାଇଥିବା ଜଣାପଡିଛି।

Leave A Reply

Your email address will not be published.