ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ ଓ ରେଶନ କାର୍ଡ଼ ଧାରୀଙ୍କ ପାଇଁ ମାଗଣାରେ ମୋତିଆବିନ୍ଦୁ ଅପରେସନ ପାଇଁ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦ୍ଘାଟିତ ।

0

ସାଲେପୁର(ଶାସକ ପ୍ରଶାସକ): ସାଲେପୁର ମାଛୁଆତି ସ୍ଥିତ ହୁଣ୍ଡା ବାଇକ ସୋରୁମ ନିକଟରେ ମାଗଣା ଚକ୍ଷୁ ପରୀକ୍ଷା କେନ୍ଦ୍ର ତଥା world of watches & lens care ଉଦ୍ଘାଟିତ ହୋଇଯାଇଛି । ଏହି ଅନୁଷ୍ଠାନର ମୁଖ୍ୟ ଅପଟୋମେଟ୍ରିସ୍ଟ ସୟଦ ଅହେତସାମ ନାବେଦ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦାନ କରି ଆନୁଷ୍ଠାନିକ ଭାବେ ଏହି କେନ୍ଦ୍ରକୁ ଉଦ୍ଘାଟନ କରିବା ସହ ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଆଖି ଜନିତ ଯେ କୌଣସି ସମସ୍ୟା ହେଉ ରାସନ କାର୍ଡ ଧାରୀ ଏବଂ ବିଜୁ କୃଷକ କଲ୍ୟାଣ କାର୍ଡ ଧାରୀଙ୍କ ପାଇଁ ମାଗଣାରେ ଅସ୍ତ୍ରୋପଚାର ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏପରିକି ପ୍ରଥମ ଦିନରେ ୪୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ମାଗଣାରେ ବିଭିନ୍ନ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଙ୍କ ଦ୍ଵାରା ମୋତିଆ ବିନ୍ଦୁ ଅପରସେନ କରାଯାଇଥିବାର ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ତେବେ ଏହି ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ହେବା ଫଳରେ ସ୍ଥାନୀୟ ଅଞ୍ଚଳର ସାଲେପୁର, ନିଶ୍ଚିନ୍ତକୋଇଲି , ମାହାଙ୍ଗା ଅଞ୍ଚଳର ବହୁ ଗରିବ ଲୋକ ଚକ୍ଷୁ ଜନିତ ସହାୟତା ମାଗଣାରେ ପାଇପାରିବେ ।

ଏହି କାର୍ଯ୍ୟକ୍ରମ ରେ ସୟଦ ଅବୁସ୍ୱଲେ, ସେକ ରାଜାକ ଅହମ୍ମଦ, ସରିମ ଅରବବ, କଟକ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ଉପସଭାପତି ଜାକିର ଖାଁ, ନିଶ୍ଚିନ୍ତକୋଇଲି ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ, ଡିଜିଟାଲ ସେକ୍ରେଟାରୀ ଏମଡି ଅମିନ ଖାଁ, ଅନିଲ କୁମାର ମଲିକ, ତାରଣ ତଥାଗତ ଦାସ,ସୁଭମ ଦାସ, ଦେବିପ୍ରସାଦ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ରେ ଚକ୍ଷୁ ବିଶେଷଜ୍ଞ ଏନ.ଦେବଦତ୍ତ , ନରେନ୍ଦ୍ର ସାହୁ, ଦେବାଶିଷ ସାହୁ ଉପସ୍ଥିତ ରହି ଗରିବ ଲୋକମାନଙ୍କୁ ସେବା ଯୋଗାଇଦେଉଛନ୍ତି ।

Leave A Reply

Your email address will not be published.