ନୂଆଦିଲ୍ଲୀ/ଭୁବନେଶ୍ୱର – ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ମାଡ୍ରାସ ଭଳି ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତାବିତ ‘ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ’ର ରୂପରେଖ ଉପରେ ଆଲୋଚନା କରିଛନ୍ତି।
ଏ ସମ୍ପର୍କୀତ ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ଡ଼ିଜିଟାଲ ୟୁନିଭରସିଟି ପାଇଁ ରୋଡମ୍ୟାପ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଥିବା ବିଭିନ୍ନ ଯୋଜନା ଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ଆର୍ôଥକ ବର୍ଷ ୨୦୨୨-୨୩ କେନ୍ଦ୍ରୀୟ ବଜେଟରେ ଡିଜିଟାଲ ୟୁନିଭରସିଟି ଗଠନ ପାଇଁ ଘୋଷଣା ହୋଇଥିଲା। ଏହି ପଦକ୍ଷେପ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୂଆ ପରିବର୍ତନ ଆଣିବା ସହ ସୁଲଭ, ସମାନତା, ଉପଲବ୍ଧି, ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ନିଯୁକ୍ତି ଭିତିକ ଶିକ୍ଷା ଉପରେ ଫୋକସ କରିବ।
ଶିକ୍ଷା ମନ୍ତ୍ରଣାଳୟ ଓ ବିଭିନ୍ନ ଷ୍ଟେକହୋଲଡର ଡ଼ିଜଟାଲ ୟୁନିଭରସିଟି ଗଠନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏହାକୁ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ଗୁରୁତ୍ୱ ଦେଉଛନ୍ତି। ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କୁ ବୈଶ୍ୱକ ସ୍ତରର ଶିକ୍ଷା ପ୍ରଦାନ କରିବା ପାଇଁ ଏଭଳି ଅଭିନବ ପଦକ୍ଷେପ ନିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post