ପୋଲିସ କୁ ମାଡ ମାରିବା ପଡିଲା ମହଙ୍ଗା ,ଆଠ ଗିରଫ ।

0

ପଦ୍ମପୁର ( ଶାସକପ୍ରଶାସକ)- ବିଗତ ୧୦ ତାରିଖ ଦିନ ଗାଇସିଲେଟ ସରଡ଼ାପାଲି ନିକଟରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଚାଳକକୁ ଉଦ୍ଧାର କରିବାକୁ ଯାଇ ପୁଲିସକୁ ଉତ୍ୟକ୍ତ ଜନସାଧାରଣଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ସମୟରେ କେତେକ ଅସାମାଜିକ ବ୍ୟକ୍ତି କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ଗାଇସିଲେଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ବରଗଡ଼ ଏସ୍‌ପି ରାହୁଲ ଜୈନ ଗାଇସିଲେଟ ଯାଇ ଘଟଣାର ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେବା ପରେ ପଦ୍ମପୁର ପୁଲିସ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଫୁଟେଜର ଆଧାରରେ ୮ ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.