ଉତ୍କଳ ଆଲୁମିନାର ବନ୍ଧୁମିଳନ

0

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଳକ ଉତ୍କଳ ଆଲୁମିନା କମ୍ପାନିର ଟିକିରି ଗେଷ୍ଟହାଉସ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଏସଆର ମୁଖ୍ୟ ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମ୍ପାନିର ଲୋକସମ୍ପର୍କ ଅଧିକାରୀ ତନ୍ମୟ ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ଵାଗତ କରିଥିଲେ।ମିଡିଆର ସହଯୋଗ ବିନା ଲୋକଙ୍କୁ ବିକାଶ ଧାରାରେ ଯୋଡିବା ସମ୍ଭବପର ନୁହେଁ ବୋଲି କହିଥିଲେ। ଏହି ଅବସରରେ କମ୍ପାନିର ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା। ଆଲୁ ମି ନା କାରଖାନା ଓ ଖଣି ପ୍ରଭାବିତ ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ୨ବ୍ଲକର ୧୮୨ ଗାଁର ଲୋକଙ୍କ ଜୀବନଜୀବିକା, ସ୍ବାସ୍ଥ୍ୟ, ଶିକ୍ଷା ଓ ସାମଗ୍ରୀକ ଉନ୍ନତିରେ ସିଏସଆର କିପରି ସମର୍ପିତ ଭାବେ କାର୍ଯ୍ୟ କରୁଛି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଗ୍ରାମୀଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଲିମ ପ୍ରଦାନକରାଯାଇଛି। ପୋଷାକ, ଚାନ୍ଦୁଆ ପ୍ରସ୍ତୁତି, ଫଳ, ପନିପରିବା, ଲେମନଗ୍ରାସ ଚାଷ, ଜୈବିକ ସାର ପ୍ରସ୍ତୁତିରେ ସାହାଯ୍ୟ ସୁବିଧା ଯୋଗଇ ଦିଆଯାଉଛି। କୁଚେଇପଦରର ମହିଳାମାନେ ଧିଙ୍ଗିରି ଛତୁ ଚାଷକରି ଲାଭବାନ ହୋଇପାରିଛନ୍ତି। ବୃହତ୍ ଶିଳ୍ପ ଅଞ୍ଚଳରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରିବାରେ କମ୍ପାନି ପକ୍ଷରୁ ଉଦ୍ୟୋଗୀ ମିତ୍ରଙ୍କୁ ନିଯୁକ୍ତି କରାଯାଇଛି। ଟିକିରି ଠାରେ ଚପଲ ପ୍ରସ୍ତୁତି, ଚନ୍ଦ୍ରଗିରି ପଞ୍ଚାୟତ ସୁ ରୁ ଗୁ ଜ୍ଞାରେ ଉନ୍ନତ ମାନର ତେଲମିଲ, ଫେବ୍ରି କେଶନ ପ୍ରତିଷ୍ଠାରେ କମ୍ପାନୀ ପକ୍ଷରୁ ପ୍ରୋତ୍ସାହନ ଦିଆଯାଇଛି ।ପରେ ଗଣମାଧ୍ୟମ ପ୍ରତିନିଧିମାନେ ଅଞ୍ଚଳର ବିଭିନ୍ନ ସମସ୍ୟାନେଇ କମ୍ପାନି ଅଧିକାରୀଙ୍କୁ ଅବଗତ କରିଥିଲେ । ଶୋଚନୀୟ ଅବସ୍ଥାରେ ପଡିଥିବା ଟିକିରି ଷ୍ଟେସନ ରାସ୍ତାର ନବୀକରଣ, ସୁଲଭ ଶୌଚାଳୟ, ଯାତ୍ରୀ ବିଶ୍ରାମଗାର, ଶିକ୍ଷାର ବିକାଶ ଦିଗରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା। ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଡ.ଲୋପାମୁଦ୍ରା କହିଥିଲେ। କମ୍ପାନିର ସସ୍ମିତା ଖୋସଲା, ମୌସୁମୀ ଦାଶ, ଭବାନୀ ଶଙ୍କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Leave A Reply

Your email address will not be published.