ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ନିର୍ବାଚନ ଲଢୁଛି ଶାସକ ବିଜେଡି: ପ୍ରଦୀପ ପୁରୋହିତ

0
  • ପଦ୍ମପୁର ଏବିଡିଓଙ୍କ ପତ୍ନୀ ହେଉଛନ୍ତି ଶାସକ ବିଜେଡିର ଚେୟାରମ୍ୟାନ ପ୍ରାର୍ଥୀ

  • କାର୍ଯ୍ୟରତ ଏବିଡିଓଙ୍କୁ ତୁରନ୍ତ ବଦଳି କରାଯାଉ

ଭୁବନେଶ୍ୱର : ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡି ନିର୍ବାଚନ ଲଢୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ବରଗଡ ଜିଲ୍ଲା ପଦ୍ମପୁର ଏନଏସି ନିର୍ବାଚନରେ ଦେଖିବାକୁ ମିଳିଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।
ବରଗଡ ଜିଲ୍ଲା ପଦ୍ମପୁର ଏନଏସିରେ ବିଜେଡି ତରଫରୁ ଶ୍ରୀମତୀ ସାବିତ୍ରୀ ବାଗ୍ ଚେୟାରମ୍ୟାନ୍ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ତାଙ୍କ ସ୍ୱାମୀଶ୍ରୀ ସୋନୁ ବାଗ୍ ମଧ୍ୟ ସେହି ପଦ୍ମପୁର ବ୍ଲକରେ ଗତ ୩ ବର୍ଷ ହେଲାଣି ଅତିରିକ୍ତ ବ୍ଲକ ଉପଖଣ୍ଡ ଅଧିକାରୀ (ଏବିଡିଓ) ଭାବେ କାର୍ଯ୍ୟ କରୁଛନ୍ତି।ଶ୍ରୀ ବାଗ୍ ଏକ ଦଶନ୍ଧିରୁ ଉର୍ଧ୍ଵ ସମୟ ଧରି ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ଅଛନ୍ତି। ଶ୍ରୀ ବାଗ୍ ଜଣେ ସରକାରୀ ଅଧିକାରୀ ହେବା ସହ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ରହିବା ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାବିତ୍ରୀ ବାଗ୍ ଶାସକ ବିଜେଡି ତରଫରୁ ପଦ୍ମପୁର ଏନଏସି ଚେୟାରମ୍ୟାନ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ବାଗଙ୍କୁ ତୁରନ୍ତ ସେଠାରୁ ବଦଳି କରିବା ନିହାତି ଆବଶ୍ୟକ ଦାବୀରେ ଆଜି ଶ୍ରୀ ପୁରୋହିତଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି।
ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀ ପୁରୋହିତ କହିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ ସଂଯୋଜକ ରବି ଶଂକର ପଟ୍ଟନାୟକ,ହିତେଶ୍ ମହାପାତ୍ର, ବିଶ୍ୱରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.