ଆମ ଜଙ୍ଗଲ ଯୋଜନାର ସଭାଗୃହ ଉଦ୍ଘାଟନ

0

ଗାଇସିଲାଟ-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ର କମଲପଦର ଗାଁ ରେ ଓଡ଼ିଶା ସରକାର ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ର ଏକ ସଭାଗୃହ ୪ଲକ୍ଷ୧୦ହଜାର ଟଙ୍କା ରେ ନିର୍ମାଣ ହୋଇଥିଲା।ଯାହାର କି ଆଜି ଘେଁସ ବନାଞ୍ଚଳ ର ମେଲଛାମୁଣ୍ଡା ବନପାଲ ରମେଶ ପଧାନ ଙ୍କ ତତ୍ବାବଧାନରେ ଚାଷୀ ନେତା କିଶୋର ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏଥିରେ ଗାଇସିଲେଟ ଯୋନ୧ର ଜିଲ୍ଲା ପରିଷଦ ନୀଲମଣି ବରିହା,ଭିଷ୍ମଦେବ ପଣ୍ଡା, ବରିଷ୍ଠ ବିଜେଡି ନେତା ମୁକେଶ ମାରାରୀ କେଡିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଆମ ଜଙ୍ଗଲ ଯୋଜନାର ଦଲପତି ନବକିଶୋର ପ୍ରଧାନ,ତେଜରାଜ ସାହୁ ଙ୍କ ସମେତ ସମସ୍ତ ଗ୍ରାମ ବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.