ଯୋଡ଼ା: ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବର ଆଇକନିକ୍ ସପ୍ତାହ ପାଳନର ଅଂଶ ସ୍ୱରୂପ ଉପ ମୁଖ୍ୟ ଶ୍ରମ ଆୟୁକ୍ତ (କେନ୍ଦ୍ରୀୟ), ଭୁବନେଶ୍ୱରଙ୍କ ଯୋଡ଼ା ଖଣି ଅଂଚଳରେ ଯୋଡ଼ାର ଟାଟା ଷ୍ଟିଲ୍ ଲିମିଟେଡ୍ର ଯୋଡ଼ା ୱେଷ୍ଟ ଅଡିଟୋରିୟମରେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ଏକ ସଚେତନତା ଓ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟ ଶ୍ରମ କମିସନର (କେନ୍ଦ୍ରୀୟ) ଭୁବନେଶ୍ୱର ଶ୍ରୀମତୀ ସକୁନ୍ତଳା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ସେ ଶ୍ରମିକମାନଙ୍କ ଲାଗି ଭାରତ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ସ୍କିମ୍ ଓ ଶ୍ରମ ନିୟମରେ ରହିଥିବା ସୁବିଧା ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପି କେ ରଣା, ଆରଏଲସି (କେନ୍ଦ୍ରୀୟ) ଭୁବନେଶ୍ୱର, ଶ୍ରୀଯୁକ୍ତ ଏସ୍ କେ ସେଠୀ, ଆରଏଲସି (କେନ୍ଦ୍ରୀୟ), ରାଉରକେଲା, ଡକ୍ଟର ଏସ୍ କେ ସେଠୀ, ଏଲ୍ଇଓ (କେନ୍ଦ୍ରୀୟ) ରାଉରକେଲା ଓ ବଡ଼ବିଲ, ଶ୍ରୀଯୁକ୍ତ ସରୋଜ କୁମାର ବାନାର୍ଜୀ, ମୁଖ୍ୟ (ଯୋଡ଼ା), ଟାଟା ଷ୍ଟିଲ୍, ଶ୍ରୀଯୁକ୍ତ ଜି ଭି ସତ୍ୟନାରାୟଣ, ମୁଖ୍ୟ (ଖନ୍ଦବନ୍ଦ), ଟାଟା ଷ୍ଟିଲ୍ ଓ ଶ୍ରୀଯୁକ୍ତ ଅଶ୍ୱନୀଶ କୁମାର, ମୁଖ୍ୟ (ମାଙ୍ଗାନିଜ ଖଣି), ଟାଟା ଷ୍ଟିଲ୍ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
ଟାଟା ଷ୍ଟିଲ ଲିମିଟେଡ୍ ଖଣି ଡିଭିଜନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା। ବିଭିନ୍ନ ଖଣି କଂପାନି ଯଥା ସେଲ, ଟାଟା ଷ୍ଟିଲ, ଓଏମସି, ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର, ଜେଏସ୍ଡବ୍ଲୁ ଷ୍ଟିଲ ଲିମିଟେଡ୍, ରୁଙ୍ଗଟା ମାଇନ୍ସ, ତ୍ରିବେଣୀ ଆର୍ଥ ମୁଭର୍ସ ଇତ୍ୟାଦିର ବରିଷ୍ଠ ଅଧିକାରୀମାନେ ୧୨୪ ଜଣ ମହିଳା ଶ୍ରମିକଙ୍କ ସମେତ ୨୫୦ କର୍ମଚାରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମହେଶ୍ୱର ରାଉତ, ସାଧାରଣ ସମ୍ପାଦକ, କେନ୍ଦୁଝର ଖଣି ଓ ବନ କର୍ମଚାରୀ ସଂଘ, ଶ୍ରୀଯୁକ୍ତ ଇନ୍ଦ୍ରମଣି ବେହେରା, ସାଧାରଣ ସମ୍ପାଦକ, କେନ୍ଦୁଝର ଖଣି କର୍ମଚାରୀ ସଂଘ, ଶ୍ରୀଯୁକ୍ତ ରଣଜୀତ କୁମାର ଦାସ, ସାଧାରଣ ସମ୍ପାଦକ, ଯୋଡ଼ା, ଇଷ୍ଟ ମଜଦୁର ୟୁନିୟନ୍, ଶ୍ରୀଯୁକ୍ତ ଏସ୍ ବି ସନ୍ଧା, ସଭାପତି, ଖନ୍ଦବନ୍ଦ ଆଇରନ ମାଇନ ମଜଦୁର ସଂଘ, ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ, ମାଙ୍ଗାନିଜ ଖଣି କର୍ମଚାରୀ ସଂଘ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ନିଜ ଶ୍ରମିକମାନଙ୍କ ପ୍ରତି ନିଯୁକ୍ତିଦାତାଙ୍କ ଦାୟିତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିବା ଦ୍ୱିତୀୟ ଅଧିବେଶନରେ ପ୍ରାୟ ୬୦ ନିଯୁକ୍ତିଦାତା ଓ ସେମାନଙ୍କ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।
ବିଭିନ୍ନ ନିୟମରେ ଶ୍ରମିକମାନଙ୍କ ଅଧିକାର ଏବଂ ନିଯୁକ୍ତିଦାତାମାନଙ୍କ ରହିଥିବା ଦାୟିତ୍ୱ ଉପରେ ଡକ୍ଟର ଏସ୍ କେ ସେଠି, ଏଲଇଓ (କେନ୍ଦ୍ରୀୟ) ରାଉରକେଲା ଏକ ବିବରଣୀ ଉପସ୍ଥାପନ କରିଥିଲେ।
ଶ୍ରୀଯୁକ୍ତ ସରୋଜ କୁମାର ବାନାର୍ଜୀ, ମୁଖ୍ୟ (ଯୋଡ଼ା), ଟାଟା ଷ୍ଟିଲ୍ ସ୍ୱାଗତ ଭାଷଣ ପ୍ରଦାନ କରିିଥିଲେ ଓ ଶ୍ରୀଯୁକ୍ତ ଜି ଭି ସତ୍ୟନାରାୟଣ, ଚିଫ୍ (ଖୁନ୍ଦୁବନ୍ଦ), ଟାଟା ଷ୍ଟିଲ୍ ଧନ୍ୟବାନ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post