ବରଗଡ 🙁 ଗୌରାଙ୍ଗ ଚରଣ ଦାସ ):ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମେନକାମୁଣ୍ଡା ଗ୍ରାମ ବିଶ୍ଵ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ କୁ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତରେ ବର୍ଷ ସାରା ହାତୀ ମାନଙ୍କର ଗମନାଗମନ ଲାଗି ରହିଥାଏ । ଅନେକ ସମୟରେ ହାତୀ ମାନଙ୍କର ଦ୍ୱାରା ଧନଜୀବନ ନଷ୍ଟ ହେଉଥିବାର ବହୁତ ଉଦାହରଣ ରହିଛି । ପ୍ରଶାସନ ତରଫରୁ ହାତୀ ମାନଙ୍କୁ ଘଉଡାଇବା ପାଇଁ ଅନେକ ପ୍ରୟାସ ମଧ୍ୟ କରାଯାଉଛି କିନ୍ତୁ ବନ ବିଭାଗ ସଠିକ ଭାବରେ ହାତୀ ମାନଙ୍କର ଉପରେ ନଜର ରଖି ପାରୁନାହିଁ ଯାହା ଫଳରେ ହାତୀ ମାନେ ଗାଁ ଭିତରକୁ ପଶି ଲୋକଙ୍କର ଧନଜୀବନ ନଷ୍ଟ କରି ଦେଉଛନ୍ତି ।
ଗତ ରାତିରେ ଏକ ହାତୀ ମେନକାମୁଣ୍ଡା ଗ୍ରାମର କଦମ୍ବ ବାଗ ଘରକୁ ପଶି ଆସି ଘରକୁ ଭାଙ୍ଗିବା ସହିତ ଅନେକ ଜିନିଷପତ୍ର ଭାଙ୍ଗି ଦେଇଛି । ରାତି ପ୍ରାୟ ଦଶ ଘଣ୍ଟା ପରେ ହାତୀ କିଛି ସମୟ ଉତ୍ପାତ କରିବା ପରେ ନୂଆପଡା ଜିଲ୍ଲା ଆଡକୁ ଚାଲି ଯାଇଥିଲେ । ଘର ଭାଙ୍ଗି ଯିବା ସହିତ ଘରର ଅନେକ ଜିନିଷ ନଷ୍ଟ ହୋଇଯିବା କାରଣରୁ ଗରିବ କଦମ୍ବ ବାଗ ବର୍ତ୍ତମାନ ଅତ୍ୟଧିକ ମାନସିକ ଚିନ୍ତାରେ ଅଛନ୍ତି । ଘଟଣା ର ଖବର ପାଇ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । କ୍ଷତିଗ୍ରସ୍ତ କଦମ୍ବ ବାଗ ଙ୍କର କ୍ଷୟକ୍ଷତି ର ତୁରନ୍ତ ଆକଳନ କରାଯାଇ ତାଙ୍କୁ ସରକାରୀ ସହାୟତ ପ୍ରଦାନ କରିବା ନିମନ୍ତେ ଅଂଚଳ ବାସୀ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post