ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ହେଉଛି ଓଡିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ ବିଜେଡି ର ଗଡ଼ କୁହାଯାଉଥିବା ୧୪ପଞ୍ଚାୟତ ବିଶିଷ୍ଟ ଝାରବନ୍ଧ ବ୍ଲକ ରେ ଏଥର ମଧ୍ୟ ବିଜେଡି ବାଜିମାତ କରିଛି।ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂ ବରିହା କହିଛନ୍ତି ” ଲକ୍ଷାଧିକ କର୍ମୀ ଓ ସମର୍ଥକ ଙ୍କୁ ନେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ଲାଭ କରିଥିବା ବିଜୁ ଜନତା ଦଳ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୀର୍ଘ ବର୍ଷ ଧରି ଚାଲିଛି,ଚାଲିବ ଓ ଚାଲୁଥିବ ମଧ୍ୟ।ଏହାର ପ୍ରଗତି ର ରଥ କୁ କେହି ଅଟକାଇ ପାରିବେ ନାହିଁ। ମୋର ରାଜନୈତିକ ଜୀବନ ଆରମ୍ଭ କରିବା୧୯୯୦ ରୁ ଆଜି୨୦୨୨ ପଞ୍ଚାୟତ ନିର୍ବାଚନ ଅତିକ୍ରାନ୍ତ ହୋଇଛି। ଝାରବନ୍ଧ ବ୍ଳକରେ ଅଧ୍ୟକ୍ଷ ପଦ ଆମ ଦଳକୁ ଦେବା ସହ ବିପୁଳ ସମର୍ଥନ ଅଜାଡି ଦେଇଛନ୍ତି । ୨୦୧୯ବିଧାନ ସଭା ବିର୍ବାଚନ ପରେ କିଛି ଅଞ୍ଚଳ ବୁଲାବୁଲି କରିଥିଲେ ମଧ୍ୟ ଅନେକ ବାକି ରହିଥିଲା ତାହା ପୂରଣ ପାଇଁ ଚଳିତ ତ୍ରି ସ୍ତରୀୟ ନିର୍ବାଚନ ରେ ମୋ ପାଇଁ ଏଜ ସୁଯୋଗ ଥିଲା। ପଞ୍ଚାୟତ ବୁଲିଥାନ୍ତି ଓ ଜନସମ୍ପର୍କ ବଢ଼ାଇ ଥାନ୍ତି କିନ୍ତୁ ଦୁଃଖ ର ବିଷୟ ଦେହର ଅସୁସ୍ଥତା କାରଣ ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ କୁ ଯାଇଥିଲେ ମଧ୍ୟ ପ୍ରତି ପଞ୍ଚାୟତ କୁ ଯିବା ପାଇଁ ସମ୍ବବ ହୋଇ ପାରିଲା ନାହିଁ।ଏ ଭଳି ପରିସ୍ଥିତି ରେ ବାଧ୍ୟ ହୋଇ ଗଣମାଧ୍ୟମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମୋର ପ୍ରିୟ କର୍ମୀ ଶୁଭାକାଂକ୍ଷୀ,ଗୁରୁଜନ,ମା ଭଉଣୀ,ଶ୍ରମିକ ,କୃଷକ,ଯୁବ ଛାତ୍ର ସମସ୍ତଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ମାନଙ୍କୁ ଆପଣଙ୍କ ସ୍ନେହ ଶ୍ରଦ୍ଧା ଓ ଆଶୀର୍ବାଦ ଦେଇ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରାଇ ଥିବାରୁ କୃତଜ୍ଞତା ଜଣାଉଛି।” ବୋଲି କହିଛନ୍ତି ଶ୍ରୀ ବରିହା |
Sign in
Sign in
Recover your password.
A password will be e-mailed to you.