ପାରଳା ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ : ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରାଙ୍କ ନାମକୁ ନେଇ ଚର୍ଚ୍ଚା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ତାହାମଧ୍ୟ ଚଳିତ ଥର ଏହି ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ନିମନ୍ତେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ଏଥି ନିମନ୍ତେ ସମଗ୍ର ପାରଳାଖେମୁଣ୍ଡି ସହରରେ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବର୍ତ୍ତମାନ ଠାରୁ ଅଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀନୀ ଖୋଜା ଚାଲିଥିବା ଜୋର ଧରିଛି । ପ୍ରତେକ ଦଳ ପକ୍ଷରୁ ଏହି ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀନୀ କାହାକୁ କରିବେ , କାହାକୁ ପ୍ରାର୍ଥୀନୀ କଲେ ବିଜୟ ସମ୍ଭାବନା ଅଧିକ ରହିବ ସେଥିପାଇଁ ରାଜନୈତିକ ମହଲ ବେଶ୍ ସରଗରମ ହୋଇପଡିଛି।
ପ୍ରାର୍ଥୀନୀ ଚୟନ ପାଇଁ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଏଇ ନେଇ ଜୋର ଚାଲିଥିବା ବେଳେ , ସହରର ଜୋର ଚର୍ଚ୍ଚାରେ ରହିଛି ପାରଳାଖେମୁଣ୍ଡି ୩ ନମ୍ବର ୱାଡର ପୂର୍ବତନ କାଉନସିଲର ଶ୍ରୀମତୀ ଖଗେଶ୍ୱରୀ ବେହେରାଙ୍କ ନାମ।
ସେ କଂଗ୍ରେସରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ ଏବଂ ସେ ତାଙ୍କ କାଉନସିଲର ଥିବା କାର୍ଯ୍ୟକାଳ ମଧ୍ୟରେ ୩ ନମ୍ବର ୱାର୍ଡରେ ଅନେକ ଜନସେବା ଓ ଉନ୍ନତିମୂଳକ କାର୍ଯ୍ୟ କରି ବେଶ୍ ଚର୍ଚ୍ଚାରେ ଥିବା ବେଳେ ଜଣେ ଲୋକପ୍ରିୟ ନେତ୍ରୀ ତଥା ୱାର୍ଡ କାଉନସିଲର ଭାବେ ସମସ୍ତଙ୍କ ଠାରେ ବେଶ୍ ଜଣାଶୁଣା ହୋଇ ପାରିଥିବା ଜଣାଯାଇଛି।
ପୂର୍ବତନ କାଉନସିଲର ଶ୍ରୀମତୀ ଖଗେଶ୍ୱରୀ ବେହେରା ଜଣେ ମେଳାପି , ଶିକ୍ଷିତା , ଦକ୍ଷତା ସମ୍ପନ୍ନ ଓ କାର୍ଯ୍ୟନିଷ୍ଠା ଶ୍ରେଣୀର ମହିଳା ହୋଇଥିବା ଯୋଗୁଁ ବର୍ତମାନ ସହରରେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ନଜରରେ ରହିଛନ୍ତି ଶ୍ରୀମତୀ ଖଗେଶ୍ୱରୀ ବେହେରା।
ତାଙ୍କୁ ଆମେ ପଚାରିବାରୁ ଏ ଦିଗରେ ମୁଁ ବର୍ତ୍ତମାନ ସୁଦ୍ଧା କୌଣସି କିଛି ନିଷ୍ପତ୍ତି ନେଇନାହିଁ। ତେବେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ମୁଁ ମୋର ନିଷ୍ପତ୍ତି ଜାହିର କରିବି ବୋଲି ଶ୍ରୀମତୀ ବେହେରା କହିଥିଲେ।

Leave A Reply

Your email address will not be published.