ପଦ୍ମପୁର(ଶାସକ ପ୍ରଶାସକ)- ପବିତ୍ର ମହାଶିବରାତ୍ରୀ ଅବସରରେ ଆଜ ସାରା ଦେଶରେ ପ୍ରଭୂ ଭୋଲେନାଥଙ୍କ ପୂଜାର୍ଚନା କରି ନିଜ ପରିବାର ତଥା ଆତ୍ମିୟଙ୍କ ଉଜ୍ଜ୍ୱଳ ଭବିଷ୍ୟ ପାଇଁ ମନାସୁଛନ୍ତି । ହେଲେ ଗାଇସିଲାଟ ଥାନା ଅଧିକାରୀ ଏକ ନିଆରା ଢଙ୍ଗରେ ଶିବରାତ୍ରୀନ ପାଳନ କରିଛନ୍ତି । ଗାଇସିଲାଟ ବ୍ଲକ ଜନକେଡାମ ଠାରେଥିବା ଅନାଥା ଆଶ୍ରମର ଅନ୍ତେବାସୀ ମାନଙ୍କୁ ଗାଇସିଲାଟ ଥାନା ପକ୍ଷରୁ ଆଜି ଶୁଖିଲା ଖାଦ୍ୟ, ତେଲ, ସାବୁନ ଆଦି ବଂଟନ କରାଯାଇଛି ଗାଇସିଲାଟ ଥାନା ଅଧିକାରୀ ବିରବର ଭଗତଙ୍କ ନେତୃତ୍ୱରେ ଗାଇସିଲାଟ ଥାନାର କର୍ମଚାରୀ ମାନେ ଏହି ପବିତ୍ର ଦିନରେ ଅନାଥ ଶୁିଶୁ ମାନଙ୍କ ଭଲ ମନ୍ଦ ବୁଝିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅନ୍ତେବାସୀ ମାନେ ବେଶ ଖୁସି ଅନୁଭବ କରିଥିବାବ ଦେଖିବାକୁ ମିଲିଥିଲା |
Sign in
Sign in
Recover your password.
A password will be e-mailed to you.