ଖୋର୍ଦ୍ଧାରୁ (ସେକ ଜାଫର ): ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲରେ ଲିଗାଲହେୟାର ପ୍ରମାଣପତ୍ରରେ ଜାଲିଅ।ତି ଅଭିଯୋଗ ବଢ଼ିବାରେ ଲାଗିଛି । ପୂର୍ବରୁ ସମାନ ଅଭୀଯୋଗ ଖୋର୍ଦ୍ଧା ତହସିଲରୁ ଅ।ସିଥିବା ବେଳେ ଏବେ ଭୁବନେଶ୍ୱର ତହସିଲରୁ ଅ।ସିଛି ସାଘାତିକ ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ଭୁବନେଶ୍ୱର ବାସିନ୍ଦା କଳ୍ପନା ଭୁୟାଁ ଅ।ଣିଥିବା ଅଭିଯୋଗ ଅନୁସାରେ ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଦେଢ଼ସୁର ଲିଗାଲହେୟାରରୁ ତାଙ୍କର ଓ ତାଙ୍କ ପିଲାମାନଙ୍କର ମାନକୁ ବାଦ୍ଦେଇ ସମସ୍ତ ସମ୍ପତିକୁ ନିଜ ମାନରେ କରିବାରେଲାଗିଛନ୍ତି । ସେ ପୂର୍ବରୁ ଅଭିଯୋଗ କରିବା ପରେ ସେଥିରେ ଲଗାମ ଲାଗିଥିଲା । କିନ୍ତୁ ଏବେ ପୁଣିଥରେ ତାଙ୍କୁ ସମ୍ପତିରୁ ବେଦଖଲ କରିବା ଉଦେଶ୍ୟରେ ଲିଗାଲହେୟାର ପ୍ରମାଣପତ୍ରରେ ତାଙ୍କକର ଓ ତାଙ୍କ ପୁଅଛିଅଙ୍କୁ ବାଦ୍ ଦେଇ ଚଞ୍ଚକତା କରି ସମସ୍ତ ସମ୍ପତି ନିଜ ନାମରେ କରିବାକୁ ଯୋଜନା କରୁଛନ୍ତି । ସେହିପରି ବିଭିନ୍ନ ଲୋକଙ୍କୁ ପଠାଇ ତାଙ୍କୁ ଭୟଭିତ କରୁଥିବାର ମଧ୍ୟ ସେ ଅଭିଯୋଗ ଅ।ଣିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ସମସ୍ତ ଘଟଣାର ତଦନ୍ତ କରାଯିବ ଏଥିରେ ଜାଲିଅ।ତି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |