ସଡକ ଦୁର୍ଘଟଣାରେ 3 ପୋଲିସଙ୍କ ମୃତ୍ୟୁ, 14 ଗୁରୁତର

0

ଉମରକୋଟ / ଜିତେନ୍ଦ୍ର ମହାନ୍ତି- ଆସନ୍ତା ତୃତୀୟ ପର୍ଯ୍ୟାୟ  ନିର୍ବାଚନ କାର୍ଯ୍ୟ ପାଇଁ ନବରଙ୍ଗପୁର ରୁ କୋସାଗୁମୁଡା ଯାଉଥିବା ସମୟରେ ଓଲଟିଲା ପୋଲିସ ଗାଡି | ଆସନ୍ତା ତୃତୀୟ ପର୍ଯାୟ ମତଦାନ ସକାଶେ ନିର୍ବାଚନ କାର୍ଯ୍ୟ ପାଇଁ ନବରଙ୍ଗପୁରରୁ କୋସାଗୁମୁଡା ଯାଉଥିବା ସମୟରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସୋରିଷପଦର ଠାରେ ଘଟିଛି ଏହି ଅଘଟଣ | ନିର୍ବାଚନ ସକାଶେ ନିର୍ବାଚନ ଗ୍ରାମରକ୍ଷୀ ମାନଙ୍କୁ ନେଇ କୋସାଗୁମୁଡାର କୋଡିଙ୍ଗା ଯିବା ସମୟରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସୋରିଷପଦର ଠାରେ ଉକ୍ତ ପୀସୀଆର ଭ୍ୟାନ  ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଘଟଣାସ୍ତଳ ରେ ହିଁ ତିନି ଜଣ ପୋଲିସଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚଉଦ ଜଣ ଆହତଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଘଟଣା ସ୍ଥଳରେ ଜିଲ୍ଲା ପୋଲିସ ପ୍ରଶାସନ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.