ବଲାଙ୍ଗୀର: ଆଜି ରୋଟାରୀ କ୍ଲବ ଅଫ ଏଲିଟ ବଲାଙ୍ଗୀର ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବିଶ୍ୱ ପୋଲିଓ ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ. ପୁଷ୍ପାଞ୍ଜଳୀ ମିଶ୍ର ବିଶ୍ୱ ପୋଲିଓ ଦିବସକୁ ଉଦଘାଟନ କରିବା ସହିତ ଏହାର ନିରାକରଣ ପାଇଁ ବିଶ୍ୱ ସ୍ତରରେ ରୋଟାରୀ କ୍ଲବର ଅବଦାନକୁ ପ୍ରଶଂସା କରିଥିଲେ | ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ ସମସ୍ତେ ସଚେତନ ହୋଇ ନିଜ ନିଜ ଛୁଆମାନଙ୍କୁ ପୋଲିଓ ଟିକା ଦେବା ଆବଶ୍ୟକ ବୋଲି କହିଥିଲେ | ରୋଟାରୀ ଏଲିଟର ସଭାପତି ସୁରେଶ ଯାଦବ ଓ ସମ୍ପାଦକ ଭୂମିକା ଭମରଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ମାଁ ମାନଙ୍କୁ ସେମାନଙ୍କର ଛୁଆମାନଙ୍କ ପାଇଁ ଆବଶ୍ୟକ ଉପହାର ପ୍ରଦାନ କରିଥିଲେ |