ଓଡ଼ଗାଁ, ୧୮।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରେ ବେଆଇନ ଦେଶୀ ମଦ କାରବାର ବିରୋଧରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୧୮.୫ ଲିଟର ଦେଶୀ ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ସନ୍ଧ୍ୟାରେ ଓଡ଼ଗାଁ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ କାପ୍ତାପଲ୍ଲୀ ଛକରୁ ୧୦ ଲିଟର ଦେଶୀ ମଦ ଜବତ କରିଥିଲା। ଏହି ଘଟଣାରେ କାପ୍ତାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବରକୋଳା ଗ୍ରାମର କେଦାର ନାୟକ (୫୦)ଙ୍କୁ ଗିରଫ କରାଯାଇଥିଲା। ଏନେଇ ପୁଲିସ ୩୯୫/୨୬ ନମ୍ବରରେ ଏକ ମାମଲା ରୁଜୁ କରିଛି। ସେହିପରି ଗତ ୧୨ ତାରିଖ ସନ୍ଧ୍ୟାରେ ପୁଲିସ ପାଟ୍ରୋଲିଂ ସମୟରେ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ସିଙ୍ଘାରପଲ୍ଲୀ ଗ୍ରାମରୁ ୮.୫ ଲିଟର ଦେଶୀ ମଦ ଜବତ କରିଥିଲା। ଏହି ଘଟଣାରେ ବେଆଇନ ମଦ କାରବାର ଅଭିଯୋଗରେ ସାରଥୀ ସାହୁ (୫୨)ଙ୍କୁ ଗିରଫ କରାଯାଇଥିଲା। ଏ ସଂକ୍ରାନ୍ତରେ ପୁଲିସ ୩୮୯/୨୬ ନମ୍ବରରେ ଅନ୍ୟ ଏକ ମାମଲା ରୁଜୁ କରିଛି।
Sign in
Sign in
Recover your password.
A password will be e-mailed to you.