ମତଦାନ କେନ୍ଦ୍ରରେ ଏଜେଂଟକୁ ଛୁରାମାଡ ଘଟଣା : ଜଣେ ଗିରଫ ,ଦୁଇ ଫେରାର

0

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ:: ମାହାଙ୍ଗା ବ୍ଳକ ପଣସପୁର ପଂଚାୟତ ଏକ ନମ୍ବର ୱାର୍ଡର ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଚାଲିଥିବାବେଳେ ବିଜେଡି ସମର୍ଥିତ ପ୍ରାର୍ଥିଙ୍କ ଏଜେଂଟକୁ ବୁଥ ଭିତରେ ପଶି ଛୁରାମାଡ ଘଟଣାରେ ଜଣେ ଅଭିଯୁକ୍ତକୁ ମାହାଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ସୂଚନା ଥାଉ କି ଆକ୍ରମଣରେ ଆହତ ଏଜେଂଟ ପ୍ରଭାତ ମିଶ୍ର ପଣସପୁର ୧ ନମ୍ବର ୱାର୍ଡର ମତଦାନ କେନ୍ଦ୍ରରେ ବିଜେଡି ସମର୍ଥିତ ପ୍ରାର୍ଥୀ ଦେବାଶିଷ ଜେନାଙ୍କ ନିମନ୍ତେ ପୁଲିଙ୍ଗ ଏଜେଂଟ ଭାବେ କାର୍ଯ୍ୟ କରୁଥିବାବେଳେ ବିରୋଧି ପ୍ରାର୍ଥୀଙ୍କ ୩ ଜଣ ସମର୍ଥକ ପଣସପୁର ଗ୍ରାମର ସୁରେନ୍ଦ୍ର ରାଉତଳଧିରେନ୍ଦ୍ର ରାଉତ ଓ ପ୍ରିୟବ୍ରତ ରାଉତ ବୁଥ ଭିତରେ ପଶି ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସଂଘବଦ୍ଧ ଭାବେ ଛୁରୀରେ ଆକ୍ରମଣ କରିଥିଲେ । ଏଥିରେ ପ୍ରଭାତ ଗରୁତର ଆହାତ ହୋଇ ମେଡିକାଲରେ ଭର୍ତୀ ହୋଇଥିବାନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ମାହାଙ୍ଗା ପୋଲିସ ୪୪/୨୨ରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଜଣେ ଅଭିଯୁକ୍ତ ପ୍ରି୍ରୟବ୍ରତ ରାଉତଙ୍କୁ ସାଲେପୁର ବିଚାର ବିଭାଗୀୟ ଅଦାଲତକୁ ଚାଲାଣ କରିଥିବା ଜଣାଯାଇଛି । ତୁରନ୍ତ ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.