ଭଞ୍ଜନଗର/ ନିଲୁ ବିଷୋୟୀ . ଭଞ୍ଜନଗର ପୋଲିସ ଏକ ବାଇକ ଲୁଟେରାକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ୫ଟି ଚୋରୀ ମୋଟର ସାଇକେଲ ଜବତ ହୋଇଛି।ଗତ ବର୍ଷ ନଭେମ୍ବର ୧୭ତାରିଖରେ ଭଞ୍ଜନଗର ମେଡ଼ିକାଲ ପରିସରରୁ ଏକ ବଜାଜ ବକ୍ସର ଓଆର. ୦୭ଜି.୭୩୫୪ ବାଇକ ଚୋରୀ ବିଷୟରେ ଥାନାରେ ଅଭିଯୋଗ ହୋଇଥିଲା।ଏହାକୁ ନେଇ ଭଞ୍ଜନଗର ଥାନାରେ ୫୦୩/୨୧ରେ ଏକ କେଶ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ମେଡ଼ିକାଲର ସିସି ଟିଭି ଫୁଟେଜ ଆଧାରରେ ଭଞ୍ଜନଗର ବ୍ରାହ୍ମଣ ସାହିର ଉପେନ୍ଦ୍ର କୁମାର ପଣ୍ଡାକୁ ପୋଲିସ ଧରିବାରେ ସକ୍ଷମ ହେବା ସହ ତାଠାରୁ ଚୋରୀ ବାଇକଟିକୁ ମଧ୍ୟ ଉଦ୍ଧାର କରିଥିଲା।ଏହାପରେ ଉପେନ୍ଦ୍ରକୁ ଅଧିକ ପଚରା ଉଚରା ପରେ ବିଭିନ୍ନ ସ୍ଥାନରୁ ଗୋଟିଏ ହିରୋ ହୋଣ୍ଡା ଗ୍ଲାମର, ନମ୍ବର ବିହୀନ ଗୋଟିଏ ଟିଭିଏସ ଭିକ୍ଟର,ଗୋଟିଏ ବଜାଜ ସିଟି-୧୦୦ ଓ ଆଉ ଏକ ହିରୋ ହୋଣ୍ଡା ଏସ୍ପଲେଣ୍ଡର ମୋଟର ସାଇକେଲ ଉଦ୍ଧାର କରାଯାଇଛି।ଏସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଉପେନ୍ଦ୍ର ନାମରେ ପୂର୍ବରୁ ଥାନାରେ କୌଣସି କେଶ ନଥିବା ବେଳେ ସେ ଆଉ କେଉଁ ସବୁ ଘଟଣାରେ ସଂପୃକ୍ତ ସେ ବିଷୟରେ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.