ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ସୋହେଲା ଅବକାରୀ ଥାନା ଅଞ୍ଚଳରେ ଦେଶୀ ମଦରନ୍ଧାକୁ ରୋକିବା ପାଇଁ ସୋହେଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ମାନ ଜାରି ରହିଛି । ବରଗଡ଼ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋହେଲା ଅବକାରୀ ଥାନାର ଗୋଟିଏ ଟିମ ବିଜେପୁର ଥାନା ଅନ୍ତର୍ଗତ କାଲସାଡେରା ଗ୍ରାମ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଦେଶୀ ମଦ ରନ୍ଧା ହେବା ପାଇଁ ପ୍ରସ୍ତୁତ ହେଉଥିବା ଆଠ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରିଥିଲେ । ଏହି ଚଢ଼ାଉରେ ଏଏସଆଇ ପାର୍ବତୀ ବୁଧିଆ,ଦେବେନ୍ଦ୍ର ବରିହା, କେଶବ ବେହେରା ଓ ରଞ୍ଜନ ସେଠ ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post