ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ -୨୦୨୬ ପାଳନର ପ୍ରସ୍ତୁତି ବୈଠକ

12

ନୟାଗଡ଼ :– ଆଜି ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ଯକ୍ଷତାରେ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ ସ୍ଥିତ ମଣିଭଦ୍ରା ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହାଯଜ୍ଞ ଆସନ୍ତା ଡ଼ିସେମ୍ବର ୧୨ ତାରିଖ ଠାରୁ ଡ଼ିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ଅନୁଷ୍ଠିତ ହେବ । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୁମିତ୍ରା ଭୂୟାଁ ସଭାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ ଟ୍ରଷ୍ଟି ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଗତ ବର୍ଷ ବୈଠକର ବିବରଣୀ ପାଠ କରିଥିଲେ l

ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହାଯଜ୍ଞକୁ କିପରି ସରସ ସୁନ୍ଦର ଓ ସୂଚାରୁ ରୂପେ ପାଳନ କରାଯିବ ସେଥି ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ରଥ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ ଏବଂ ଓଁ ମା ସତ୍ୟ ଶାନ୍ତି ସେବାଶ୍ରମର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ପରବର୍ତ୍ତୀ ବୈଠକ ତହସିଲଦାର, ଗଣିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣିଆ, ଟ୍ରଷ୍ଟି ସଦସ୍ୟ ଏବଂ ଯାତ୍ରା ସହ ସଂପୃକ୍ତ ଅଧିକାରୀମାନଙ୍କ ସମନ୍ୱୟରେ ତାରିଖ ଧାର୍ଯ୍ୟ କରି ବୈଠକ ଅନୁଷ୍ଠିତ କରାଇବାକୁ ସ୍ଥିର କରାଗଲା ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଉପ ଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୀନେଶ ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୁମିତ୍ରା ଭୂୟାଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି, ସମସ୍ତ ଲାଇନ ବିଭାଗର ଅଧିକାରୀ ଏବଂ ଟ୍ରଷ୍ଟୀ ସଦସ୍ୟମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.