ଭାଳାମପଲ୍ଲୀରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

9


ମାଲକାନଗିରି (31/10/26-ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲାର MV-79 ଥାନା ପୋଲିସ ପକ୍ଷରୁ ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଭାଳାମପଲ୍ଲୀ ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ MV-79 ଥାନା ଅଧିକାରିଣୀ ଶ୍ରୀମତୀ ପୂର୍ଣ୍ଣିମା ଟେଟେ, ଏସ୍‌ଆଇ ଅର୍ଜୁନ କୁମାର ବାଙ୍କା, ସିଙ୍ଗା ମାଡ଼କାମୀଙ୍କ ସମେତ ଥାନାର ଅନ୍ୟ କର୍ମଚାରୀ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ବୈଠକରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ, ପାରସ୍ପରିକ ସହଯୋଗ ଓ ଆଇନଶୃଙ୍ଖଳା ରକ୍ଷା ସମ୍ପର୍କରେ ଥାନା ଅଧିକାରିଣୀ ଶ୍ରୀମତୀ ପୂର୍ଣ୍ଣିମା ଟେଟେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏଥିସହ ନିଶାମୁକ୍ତ ସମାଜ ଗଠନ, ନିଶାଦ୍ରବ୍ୟର କୁପ୍ରଭାବ ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଉପରେ ସଚେତନ କରାଯାଇଥିଲା।
ଶେଷରେ ଉପସ୍ଥିତ ସମସ୍ତେ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରିଥିଲେ। ଏଭଳି ବୈଠକ ଦ୍ୱାରା ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ ହେବା ସହ ସାମାଜିକ ସଚେତନତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.