ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଟକ-ମାଛଗାଁ ମୁଖ୍ୟରାସ୍ତାରେ ଏମ୍ଡିଆଇ(ମୋଟର ଭେହିକିଲ ଇନ୍ସପେକ୍ଟର) ଟିମ୍ ସାଜି ଗାଡି ଚାଳକଙ୍କୁ ଲୁଟ୍ କରୁଥିବା ଏକ ନକଲି ଏମ୍ଭିଆଇ ଟିମ୍ ଶୁକ୍ରବାର ପୋଲିସ ହାତରେ ଧରାପଡ଼ିଛି । ଏହି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଆଳିପିଙ୍ଗଳ ଉପକାରାଗାରକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଥାନା ଅନ୍ତର୍ଗତ ରାଇବରେଇ ଗାଁର ବିକ୍ରମ ପରିଡ଼ା, ବାଲିକୁଦା ଥାନା ଅରିଲୋ ଗାଁର ଆଶୀର୍ବାଦ ନାୟକ, ଅଜୟ ବାରିକ ଓ ଚିତ୍ତରଞ୍ଜନ ବାରିକ। ସମସ୍ତ ଅଭିଯୁକ୍ତଙ୍କ ବୟସ ୨୦ ରୁ ୨୬ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ କହିଛି। ସେମାନଙ୍କଠାରୁ ଲୁଟ ଟଙ୍କା ସହ ୨ ମୋବାଇଲ ଫୋନ
ଗିରଫ ଅଭିଯୁକ୍ତମାନେଓ ଗୋଟିଏ ବାଇକ୍ ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ କିଛିଦିନ ହେବ ଜିଲ୍ଲାର ବିଭିନ୍ନ ରାସ୍ତାରେ ଲୁଟ୍ପାଟ ଚଳାଇଥିଲେ। କଟକ-ମାଛଗାଁ ମୁଖ୍ୟରାସ୍ତାରେ ଗୁରୁବାର ଅଭିଯୁକ୍ତମାନେ ଏମ୍ଭିଆଇ ଟିମ୍ ବୋଲି ଦର୍ଶାଇ ଏରସମା ଥାନା ଅଧୀନ ସିହା ଗାଁର ରଞ୍ଜନ ସ୍ୱାଇଁଙ୍କଠାରୁ ଜୋରିମାନା ଆଦାୟ କରିଥିଲେ। ସ୍ବାଇଁଙ୍କ ପାଖରେ ଟଙ୍କା ନ ଥିବାରୁ ଅନ୍ଲାଇନ୍ ମାଧ୍ୟମରେ ୧ ହଜାର ଟଙ୍କା ନେଇଯାଇଥିଲେ। ଏନେଇ ସ୍ଵାଇଁ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ମାମଲା (ନଂ. ୨୮/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିଥିଲା। କିଛିଦିନ ପୂର୍ବେ ଡିହସାହି ଚଷାପଡ଼ା ମୁଖ୍ୟରାସ୍ତାର ଦାଦପୁର ଛକରେ ହୋଇଥିବା ଲୁଟ୍ ଘଟଣାରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ଥିଲା ବୋଲି ପୋଲିସ କହିଛି।
Sign in
Sign in
Recover your password.
A password will be e-mailed to you.
Next Post