ବନ୍ଧା ହେଲେ ପରୀକ୍ଷିତ

0

ରାଉରକେଲା,(ବସନ୍ତ କୁମାର ଜେନା):ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର କୁକୁଡ଼ା ଲ୍ୟାମ୍ପସ ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ପରୀକ୍ଷିତ ସାହୁଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପରୀକ୍ଷିତ ଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଶୁକ୍ରବାର ଦିନ ପରୀକ୍ଷିତ ଙ୍କ ରାଜଗାଙ୍ଗପୁର ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଞ୍ଚ ପରେ ଭିଜିଲାନ୍ସ ୧ କୋଟି ୪୧ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା। ଏହି ସମ୍ପତ୍ତିର କୌଣସି ସଠିକ ହିସାବ ପରୀକ୍ଷିତ ଦେଇ ପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।  ପରୀକ୍ଷିତ ସାହୁଙ୍କ ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.