ପୁରୀ: ପୁରୀ ସହରର ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ଦୟାନିଧି ମିଶ୍ରଙ୍କ ପରଲୋକ ଘଟିଛି | ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ତଥା ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ମିଶ୍ର ଆଜୀବନ ଗାନ୍ଧି ବିନୋବାଙ୍କ ଆର୍ଦଶରେ ଅନୁପ୍ରାଣିତ ରହି ଖଦଡ ପରିଧାନ କରିବା ସହ ଶିକ୍ଷାଦାନ ଓ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ନିଜ ଛାତ୍ରଛାତ୍ରୀ ମାନଙ୍କୁ ନୀତି ଆଦର୍ଶ ସହ ସତ୍ ଚରିତ୍ର ଗଠନ ସହ ଯତୋପରୋନାସ୍ତି ଦେଶ ତଥା ସମାଜର ଉନ୍ନତି ପାଇଁ ପ୍ରୟାସ କରିବାକୁ ଉପଦେଶ ଦେଉଥିଲେ।ଜଣେ ଶିକ୍ଷକ ହିସାବରେ ଯେତିକି ଖ୍ୟାତି ନଥିଲା ତା’ଠାରୁ ବେଶି ସେ ଖ୍ୟାତି ଅର୍ଜନ କରିଥିଲେ ଜଣେ ସମାଜସେବୀ, ସଂଗଠକ ତଥା ସାମାଜିକ ମୂଲ୍ୟବୋଧ ବିତରଣ କରିପାରୁଥିବା ସୁଲେଖକ ହିସାବରେ। ତାଙ୍କ ବିୟୋଗରେ ଚନ୍ଦନପୁର, ଅଳସଣା ସମେତ ପୁରୀ ସଦର ବ୍ଲକ ଓ ସହରରେ ଶୋକର ଛାୟା ଖେଳିଯାଇଛି।
ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇ ପୁତ୍ର ସତ୍ୟସୁନ୍ଦର,ଶିବସୁନ୍ଦରଙ୍କ ସମେତ ଭଣଜା ଗୋବିନ୍ଦ ଚନ୍ଦ୍ର ଦାଶ,ଦୁର୍ଗାମାଧବ ଦାଶ, ମନୋରଂଜନ ମିଶ୍ର, ଗଦାଧର ତ୍ରିପାଠୀ ତଥା ଜାମାତା ରଙ୍ଗବଲ୍ଲଭ ମିଶ୍ର ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ସ୍ବର୍ଗତ ମିଶ୍ରଙ୍କ ବହୁ ଶୁଭେଛୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post