ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ମହାମାରୀର ଭୟାବହତା ମଧ୍ୟରେ ବେଶ୍ ପ୍ରଭାବିତ ହୋଇଛନ୍ତି ସାଧାରଣ ଜନତା ଓ ସେମାନଙ୍କ ଜୀବନଯାପନ। ଉଜୁଡ଼ି ଯାଇଛି ଅନେକଙ୍କ ସ୍ୱପ୍ନର ଇମାରତ୍। ତଥାପି ହାର ମାନି ନାହାନ୍ତି ସୁବନିୟ ଶବର ଏବଂ ସୁନ୍ତନି ଶବରଙ୍କ ପରି ଉଦ୍ୟମୀ ଲୋକମାନେ।
ଉଲ୍ଲେଖଯୋଗ୍ୟ , ଗତ ୨୦୧୮ ମସିହାରୁ ଗଜପତି ଜିଲ୍ଲାର ଗୁମ୍ମାବ୍ଲକ୍ ର କୁତାମ ଗାଁରେ ନନ୍ଦିନୀ ଶକ୍ତି ଦଳ ନାମକ ଏକ ସ୍ଵୟଂସହାୟିକା ଗୋଷ୍ଠୀର ସଦସ୍ୟା ସୁନ୍ତନି ଶବର ଏକ ତେଜରାତି ଦୋକାନ ଚଳାଇ ଆସୁଥିଲେ।
ସୁନ୍ତନିଙ୍କ ସ୍ଵାମୀ ଦିବ୍ୟାଙ୍ଗ ହୋଇଥିବାରୁ ଉକ୍ତ ଦମ୍ପତି ତଥା ସମ୍ପୂର୍ଣ୍ଣ ପରିବାରର ଏକମାତ୍ର ରୋଜଗାରପନ୍ଥା ଥିଲା ଉକ୍ତ ଦୋକାନଟି। ନିଜ ସଞ୍ଚିତ ଅର୍ଥରାଶି ପଚିଶ ହଜାର ବିନିଯୋଗ କରି ସେମାନେ ଆରମ୍ଭ କରିଥିବା ଏହି ଦୋକାନରେ ସେମାନେ ବିଭିନ୍ନ ପ୍ରକାର ତେଜରାତି ସାମଗ୍ରୀ ସଂଗ୍ରହ କରି ରଖୁଥିଲେ ଏବଂ ଏହାକୁ ବିକ୍ରୟ କରୁଥିଲେ। ମାସିକ ଦୁଇହଜାର ଟଙ୍କା ପାଖାପାଖି ଲାଭ ମଧ୍ଯ କରୁଥିଲେ । ତେବେ କରୋନା ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଏବଂ ଅନ୍ୟାନ୍ୟ ନିୟମ ଆଦି ଯୋଗୁ ସେମାନେ ଦୋକାନରେ ବିକ୍ରି ପାଇଁ ଆବଶ୍ୟକୀୟ ଜିନିଷ ସବୁ ପାଇବାରେ , ଗମନାଗମନ ଆଦି କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଲେ। ପରିସ୍ଥିତି ଏପରି ହେଲା , କିଛି କ୍ଷଣ ପାଇଁ ସେମାନଙ୍କୁ ଦୋକାନ ବନ୍ଦ ମଧ୍ଯ କରିବାକୁ ପଡିଲା। ପ୍ରାୟ ଦଶହଜାର ଟଙ୍କାର କ୍ଷତି ମଧ୍ଯ ସେମାନେ ସହିଲେ।
ତେବେ ପରବର୍ତ୍ତୀ ସମୟରେ ସ୍ଵୟଂ ସହାୟିକା ଗୋଷ୍ଠୀର ଏକ କାର୍ଯ୍ୟକ୍ରମରେ ସୁନ୍ତନି କୋଭିଡ୍ କ୍ଷତିପୂରଣ ସହାୟତା (CAP) ସମ୍ବନ୍ଧରେ ଜାଣିବାକୁ ପାଇଲେ , ଯାହା ଓଡ଼ିଶା ଜୀବନଧାରଣ ମିଶନ (OLM) ମାଧ୍ୟମରେ ଦିଆଯାଉଥିଲା। ତାହାର ସହାୟତା ନେଇ ସେ CAP – 111 ରୁ ୩ ଡିସେମ୍ବର ୨୦୨୦ ମସିହାରେ ୨୦,୦୦୦ ଟଙ୍କାର ଋଣ ନେଲେ ଏବଂ ନିଜ ବ୍ୟବସାୟକୁ ପୁଣି ଚଳେଇବାରେ ଲାଗି ପଡିଲେ। ପରବର୍ତ୍ତୀ ସମୟରେ ମାତ୍ର ନଅ ମାସ ମଧ୍ୟରେ ହିଁ ୪ ଅଗଷ୍ଟ ୨୦୨୧ ସୁଦ୍ଧା ସେ ଉକ୍ତ ଋଣ ଫେରସ୍ତ କରିପାରିଲେ। ବର୍ତ୍ତମାନ ସମୟରେ ସେ ମାସକୁ ତିନିହଜାର ଟଙ୍କା ବିନିଯୋଗ କରି ଆରାମରେ ୩୫୦୦ ରୁ ୫୦୦୦ ଟଙ୍କା ଯାଏ ଲାଭ କରି ପାରୁଛନ୍ତି। ତାଙ୍କର ଏହି ବ୍ୟବସାୟ ଏପରି ଚାଲିଲେ ଆଗାମୀଦିନରେ ଏହାକୁ ସମ୍ପ୍ରସାରିତ କରିବା ପାଇଁ ସେ ଖୁବ୍ ଆଶାବାଦୀ ଅଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post