ଉମରକୋଟ/ଜିତେନ୍ଦ୍ର କୁମାର ମହାନ୍ତି :: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଅସନ୍ତୁଷ୍ଟ ନେତାଙ୍କ ଦଳ ଡିଆଁ ଲାଗି ରହିଛି। ତେବେ ଇତି ମଧ୍ୟରେ ଉମରକୋଟ ବିଜେଡିକୁ ଲାଗିଛି ଶକ୍ତ ଧକ୍କା। ଦଳ ଛାଡିଛନ୍ତି ବ୍ଳକ ବିଜେଡି ସଂଖ୍ୟାଲଘୁ ଉପସଭାପତି ସବିତା ନିଆଲ। ଦଳ ଛାଡିବା ପରେ ସବିତା ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଜ୍ୟ ବିଜେପି ସଂଖ୍ୟାଲଘୁ ଉପସଭାପତି ସୟଦ କାଜାମ ମଦାନୀଙ୍କ ଉପସ୍ଥିତିରେ ସବିତା ଏବଂ ତାଙ୍କ ସମର୍ଥକ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ପ୍ରଭାବ ପକାଇବା ସହ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି କାଜାମ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀ ଗଣ୍ଡ ଏବଂ କାଜାମ ସବିତା ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post