ଚତୁର୍ଥ ଦିନରେ ପଡିଲା ୨୩୭ ନାମାଙ୍କନ

0

ଉମରକୋଟ/ଜିତେନ୍ଦ୍ର କୁମାର ମହାନ୍ତି : : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଉମରକୋଟ ବ୍ଲକରେ ପ୍ରଥମ ଦିନରେ ୧୨ଟି ନାମାଙ୍କନ ମଧ୍ୟରୁ ୯ଟି ୱାର୍ଡମେମ୍ବର ଏବଂ ୩ଟି ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ଦ୍ଵିତୀୟ ଦିନରେ ୧୦ଟି ୱାର୍ଡମେମ୍ବର ପଦବୀ ପାଇଁ ନାମାଙ୍କନ ହୋଇଥିବା ବେଳେ ତୃତୀୟ ଦିନରେ ୨୨ଟି ସରପଞ୍ଚ, ୧୮ ସମିତି ସଭ୍ୟ, ୭୬ ୱାର୍ଡ ମେମ୍ବର ପଦବୀ ପାଇଁ ନାମାଙ୍କନ ଦାଖଲ ହୋଇଥିଲା। ଚତୁର୍ଥ ଦିନରେ ୧୪୩ ୱାର୍ଡମେମ୍ବର ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିବା ବେଳେ, ୪୯ ସରପଞ୍ଚ ଏବଂ ୪୫ ସମିତି ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି। ତେବେ ନାମାଙ୍କନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ କିଛି ଆଶାୟୀ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି।

Leave A Reply

Your email address will not be published.