କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତ ରେ ଦାଖଲ କରୁଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ପଞ୍ଚାୟତ 11 ଟି ୱାର୍ଡ କୁ ନେଇ ଗଠିତ । ଏଠାରେ ପାଖାପାଖି ୩ ହଜାର ଭୋଟର୍ ଥିବା ବେଳେ ଗତ ଥର କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀମାତ୍ର ଅଳ୍ପ ଭୋଟ ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ପରାସ୍ତ କରି ପଞ୍ଚାୟତକୁ ଅକ୍ତିଆର୍ କରିଥିଲେ। ଏଥର ଅନୁସୂଚିତ ଜନଜାତି ମହିଳା ହୋଇଥିବାରୁ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରୁଥିବାର ଦେଖା ଯାଉଅଛି। କଂଗ୍ରେସ ସମର୍ଥିତ ପ୍ରାର୍ଥୀନି ସବିତା ମାଝୀ ସରପଞ୍ଚ ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମର୍ଥିତଜଣେ ୱାର୍ଡ ମେମ୍ବର ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଗାମୀ ନିର୍ବାଚନରେ ବିଜୟୀ ହେଲେ ଲୋକ ଙ୍କ ସେବାରେ ନିଜକୁ ସମର୍ପିତ କରିବେ ବୋଲି କହିଥିଲେ ସବିତା ମାଝୀ | ଆଜି ସେ କୋଭିଡ୍ ନିୟମ ମାନି ପୋଡାପାଡ଼ି ପଞ୍ଚାୟତ ଅଫିସ୍ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
Sign in
Sign in
Recover your password.
A password will be e-mailed to you.