ଆମ୍ବଭନାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ନୀଳକୁମାରୀ

0

ବରଗଡ ଜିଲ୍ଲାରେ ତୃତୀୟ ଦିନର ନାମାଙ୍କନ

ବରଗଡ :- ଆଜି ବରଗଡ ଜିଲ୍ଲା ର ବିଭିନ୍ନ ବ୍ଳକ ଅଞ୍ଚଳ ରେ ସମୁଦାୟ ୧୧୧୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି ଲ ଅତାବିରା ବ୍ଳକ ରୁ ମିଳିଥିବା ତଥ୍ୟ ଅନୁସାରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୨୮ ଜଣ,ସରପଞ୍ଚ ପଦବୀ ପାଇଁ ୨୦ ଜଣ, ସମିତି ସଭ୍ୟ ପାଇଁ ୧୪ ଜଣ ଜିଲ୍ଲାପରିଷଦ ସଭ୍ୟ ଭାବେ ଜଣେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଅମ୍ବାଭୋନା ବ୍ଳକ ରୁ ୱାର୍ଡ ମେମ୍ବର ପଦବୀ ପାଇଁ ୯ ଜଣ,ସରପଞ୍ଚ ପଦବୀ ପାଇଁ ୧୦ଜଣ, ସମିତି ସଭ୍ୟ ପାଇଁ ଜଣେ, ଜିଲ୍ଲା ପରିଷଦ ସଭ୍ୟ ଭାବେ ୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆମ୍ବଭନା ଯୋନ 1 ରୁ ଆମ୍ବଭନା ବ୍ଲକ ଅଧ୍ୟକ୍ଷା ତଥା ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ଶ୍ରୀମତୀ ନୀଳକୁମାରୀ ନାୟକ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଗାଇସିଲେଟ ବ୍ଳକ ରୁ ୧୧୯ ଜଣ ୱାର୍ଡ ମେମ୍ବର,ସରପଞ୍ଚ ୨୨ ଜଣ, ସମିତି ସଭ୍ୟ ୨୦ ଜଣ, ଝାରବନ୍ଧ ବ୍ଲକ ରୁ ୱାର୍ଡ ମେମ୍ବର ୪୯,ସରପଞ୍ଚ ପ୍ରାର୍ଥୀ ପାଇଁ ୨୦, ସମିତି ସଭ୍ୟ ଭାବେ ୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ,ପାଇକମାଲ ବ୍ଳକ ରେ ୱାର୍ଡ଼ ମେମ୍ବର ପ୍ରାର୍ଥୀ ଭାବେ ୫୧ ଜଣ,ସରପଞ୍ଚ ୨୫ ଜଣ, ସମିତି ସଭ୍ୟ ଭାବେ ୧୮ ଜଣ ଏବଂ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ଜଣେ ନାମାଙ୍କନ ପତ୍ର ଦାଖଲ କରିଥିବାସ୍ଥଳେ ବରଗଡ ବ୍ଳକ ରୁ ୱାର୍ଡ ମେମ୍ବର ଭାବେ ୭୧ ଜଣ, ସରପଞ୍ଚ ପ୍ରାର୍ଥୀ ପାଇଁ ୨୪ ଜଣ, ସମିତି ସଭ୍ୟ ପାଇଁ ୨୫ ଜଣ ଏବଂ ଜିଲ୍ଲାପରିଷଦ ସଭ୍ୟ ଭାବେ ସମୁଦାୟ ୫ଜଣ, ବରପାଲି ବ୍ଳକ ରେ ୱାର୍ଡ଼ ମେମ୍ବର ୬୦,ସରପଞ୍ଚ ୧୮, ସମିତି ସଭ୍ୟ ୧୧, ଜିଲ୍ଲାପରିଷଦ ସଭ୍ୟ ଭାବେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି l

ତତସଙ୍ଗେସଙ୍ଗେ ବିଜେପୁର ବ୍ଳକ ରୁ ମିଳିଥିବା ତଥ୍ୟ ଅନୁଯାୟୀ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୯୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ,ସରପଞ୍ଚ ପଦବୀ ପାଇଁ ୨୦ ଜଣ, ସମିତି ସଭ୍ୟ ଭାବେ ୧୬, ଭଟଲି ରୁ ୩୯ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପତ୍ର ଦାଖଲ କରିଥିବାବେଳେ,ସରପଞ୍ଚ ପଦବୀ ପାଇଁ ୧୫ ଜଣ, ସମିତି ସଭ୍ୟ ପାଇଁ ୧୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ସ୍ଥଳେ ଭେଡେନ ବ୍ଳକ ରୁ ୱାର୍ଡ ମେମ୍ବର ୫୭,ସରପଞ୍ଚ ରେ ୨୪, ସମିତି ସଭ୍ୟ ରେ ୨୦, ଜିଲ୍ଲା ପରିଷଦ ସଭ୍ୟ ଭାବେ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି lଠିକ ସେ ଭଳି ରାଜବୋଡାସମ୍ବର ବ୍ଳକ ରୁ ୱାର୍ଡ ମେମ୍ବର ପଦବୀ ପାଇଁ ୫୬,ସରପଞ୍ଚ ୨୯, ସମିତି ସଭ୍ୟ ୧୩, ଜିଲ୍ଲାପରିଷଦ ସଭ୍ୟ ଭାବେ ଜଣେ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ଆମର ହସ୍ତଗତ ହୋଇଥିବାବେଳେ, ସୋହେଲା ବ୍ଳକ ରେ ୱାର୍ଡ଼ ମେମ୍ବର ଭାବେ ୬୪,ସରପଞ୍ଚ ଭାବେ ୧୩ ଜଣ, ସମିତି ସଭ୍ୟ ପାଇଁ ୯ ଜଣ ଏବଂ ଜିଲ୍ଲା ପରିଷଦ ସଭ୍ୟ ଭାବେ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ଜିଲ୍ଲା ପଞ୍ଚାୟତ ଅଫିସର ଶ୍ରୀମାନ ବିରେନ୍ଦ୍ର ହୋତା ଙ୍କ ଠାରୁ ପ୍ରକାଶ l

Leave A Reply

Your email address will not be published.