ପୁଷପୁନି କପ କ୍ରିକେଟ: କେ.ସି.ସି.(ଏ) ଚମ୍ପିୟାନ

0

ପଦ୍ମପୁର ନିକଟସ୍ଥ ମହୁଲପାଲି ହାଇସ୍କୁଲ ପଡ଼ିଆରେ ଆୟୋଜିତ ପୁଷପୁନି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୮ଟି ଦଳ ଅଂଶଗ୍ରହଣ କରି ପୁଷପୁନି ଉପଲକ୍ଷେ ଏକତାର ପରିଚୟ ଦେଇଥିଲେ। ଉଦଘାଟନୀ ମ୍ୟାଚରେ ଆର.ଟି.ଏମ ଦଳ ମିସ୍ତ୍ରୀ ଏକାଦଶକୁ ହରାଇଥିଲେ। ପରେ ଫାଇନାଲ ମ୍ୟାଚରେ କେସିସି(ଏ) କେସିସି(ବି) କୁ ହରାଇ ଚମ୍ପିୟାନ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି କେସିସି(ବି)ଦଳ ନିର୍ଦ୍ଧାରିତ ୮ ଓଭରରେ ୬୦ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ୨ ଉଇକେଟରେ କେସିସି(ଏ) ଦଳ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବେଦବ୍ୟାସ ସାହୁ ମୁଖ୍ୟ ଅତିଥି ଏବଂ ବିକ୍ରମ ସାହୁ ଓ ଦିବ୍ୟକିଶୋର ବରିହା ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ନଗଦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। କେସିସି(ଏ) ଦଳର ରଜତଙ୍କୁ ମେନ ଅଫ ଦି ମେଚ ଓ ନିରନଙ୍କୁ ମେନ ଅଫ ଦି ସିରିଜ ପୁରସ୍କାର ଦିଆଯାଇଥିଲା। ଆଜିର ଫାଇନାଲ ମ୍ୟାଚକୁ ଅମ୍ପାୟାର ଆଲୋକ ଓ ସୁବ୍ରତ ପରିଚାଳନା କରିଥିଲେ । ସ୍ବରାଜ ସ୍କୋରିଂ କରିଥିଲେ ଓ ଅନୀଲ ଧାରାବିବରଣୀ ଦେଇଥିଲେ। ସନମ, ପ୍ରତାପ, ବାଦଲ, ଅରବିନ୍ଦ, ଭାଗିରଥି, ପିଣ୍ଟୁ, ପରେଶ, ହରେଶ, ପ୍ରମୁଖ ଆୟୋଜନ ପାଇଁ ସହଯୋଗ କରିଥିଲେ । ଶେଷରେ ପ୍ରଶାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.