ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0

ଭଞ୍ଜନଗର/ ନିଲୁ ବିଶୋଇ : ତାରସିଂ ଥାନା ଅଧୀନ ଗେରେଡା ଗ୍ରାମର ତୋଳିଆ ପଥର ପାହାଡ଼ ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ହାଡୁ ଗୌଡ଼ ଙ୍କ ପୁଅ ଚିନୁ ଗୌଡ଼ (୨୨) । ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସୂଚନା ପ୍ରକାରେ, ଚିନୁ ଗତ ଶୁକ୍ରବାର ଠାରୁ ନିଖୋଜ ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଚିନୁର କୌଣସି ସନ୍ଧାନ ପାଇଁ ନଥିଲେ। ରବିବାର ଅପରାହ୍ନ ସମୟରେ ଗ୍ରାମ ନିକଟସ୍ଥ ତୋଳିଆ ପଥର ପାହାଡ଼ ନିକଟରୁ ଚିନୁଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଏ ନେଇ ବାପା ହାଡୁ ଗୌଡ଼ ଙ୍କ ସୂଚନା ପ୍ରକାରେ ପୋଲିସ ୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠାଇଥିବା ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି।

Leave A Reply

Your email address will not be published.