ବ୍ରାଉନ ସୁଗାର ସହ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ

0

ଖୋର୍ଦ୍ଧା/ରବି ନାରାୟଣ ସାହୁ : ଖୋର୍ଦ୍ଧା ସହର ଠାରୁ ଆରମ୍ଭ କରି ଜଳେଶ୍ବର ପର୍ଯ୍ୟନ୍ତ ବ୍ରାଉନ ସୁଗାର ବେପାର ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି | କିନ୍ତୁ ବ୍ରାଉନ ସୁଗାର ବେପାର ଖୋର୍ଦ୍ଧାର ଗଳିକନ୍ଦିରେ ବହୁ ମାତ୍ରାରେ ବ୍ୟାପିବାରେ ଲାଗିଛି | ଖୋର୍ଦ୍ଧା ସହରରେ ବ୍ରାଉନ ସୁଗାର ସେବନ କରୁଥିବା ଯୁବ ପିଢ଼ି ମାନେ ଦିନକୁ ଦିନ ଅପରାଧିକ କାର୍ଯ୍ୟ କଳାପ କରିବା ରେ ପଛଘୁଞ୍ଚା ଦେଉ ନାହାନ୍ତି।
ଅବକାରୀ ବିଭାଗର ଅଧିକାରୀ ଭୈରବ ସାହୁ ଙ୍କ ନେତୃତ୍ୱରେ ଖୋର୍ଦ୍ଧା ସହରରେ ଥିବା ସ୍ଵପ୍ନେଶ୍ଵର ସାହି ର ସ୍ୱର୍ଣ୍ଣ ଲତା ବେହେରା(42)ଙ୍କ ଠାରୁ ୨୧ଗ୍ରାମ ବ୍ରାଉନ ସୁଗାର ସହ ନଗଦ୫୩୦୦ /-ଟଙ୍କା ଜବତ କରାଯାଇଛି ।ଯାହାର ମୂଲ୍ୟ ୨୧୫୩୦୦/-ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।ମହିଳା ଜଣକ ନାମରେ NDPS କେଶରେ ରେଜିଷ୍ଟ୍ରେସନ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.