କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଗଜପତି ଜିଲ୍ଲା ଗସ୍ତ: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ୱର ଟୁଡୁ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ଏକ ଶିଳାନ୍ୟାସ ଓ ସାଧାରଣ ସଭାରେ ଯୋଗ ଦେଇଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ।
ଏହି ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଯୋଗଦେଇ କହିଥିଲେ ଯେ , ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଯେଉଁ ପର୍ଯ୍ୟନ୍ତ ଶିକ୍ଷାର ବିକାଶ ହୋଇନାହିଁ , ସେମାନେ କେବେ ଆଗକୁ ବଢ଼ି ପାରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ସମଗ୍ର ଭାରତ ବର୍ଷରେ ୭୦୦ ଗୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି। ସେହି କ୍ରମରେ ଓଡ଼ିଶାରେ ମୋଟ ୮୭ ଗୋଟି ଏହି ବିଦ୍ୟାଳୟ ମଧ୍ୟରୁ ଗଜପତି ଜିଲ୍ଲାରେ ୪ଟା ଏହିଭଳି ବିଦ୍ୟାଳୟ ପ୍ରତିଷ୍ଠା ହେବ। ଗତ କିଛିଦିନ ପୂର୍ବେ ଗୋଟିଏ ଭର୍ଚୁଆଲ ମୋଡ଼ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭ ଭୂମିପୂଜନ କରି ସାରିଛନ୍ତି । ଆଜି ଏହା ଗୁମ୍ମାବ୍ଲକ ପାଇଁ ଶିଳାନ୍ୟାସ ହୋଇଛି । ଆଉ ୨ଟା ପୁଣି ଅତି ନିକଟରେ ହେବ।
ଏହିଭଳି ଯଦି ଉନ୍ନତ ମାନର ଶିକ୍ଷା ଏଭଳି ବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀ ମାନେ ସୁଯୋଗ ପାଇବେ , ତା’ହେଲେ ସେମାନଙ୍କ ବିକାଶ ହେବାସହ ସେମାନଙ୍କ ଅଞ୍ଚଳର ବିକାଶ ମଧ୍ୟ ନିଶ୍ଚିତ ଭାବେ ହୋଇପାରିବ । ଏଠାରେ ପାଠ ପଢ଼ିବାର ସୁଯୋଗ ପାଉଥିବା ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଇଞ୍ଜିନିୟର , ଡାକ୍ତର , ଆଇଏଏସ: , ଓଏଏସ ହେବାର ସୁଯୋଗ ପାଇବେ ଏବଂ ସମ୍ପୃକ୍ତ ଅଞ୍ଚଳର ବିକାଶ ଦିଗରେ ସେମାନେ ସମସ୍ତ ସହଯୋଗ କରିବାରେ ସହାୟକ ହୋଇପାରିବେ ବୋଲି କହିଥିଲେ।
ଅନ୍ୟପକ୍ଷରେ ଆମର ଆଇଟିଡିଏ ଅନ୍ତର୍ଭୁକ୍ତ ବ୍ଲକ ଗୁଡାକ ପାଇଁ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଏ ଗୁଡାକ କରାଯିବା ସହ ଆଗରୁ ମଧ୍ୟ ଏମିତି ହୋଇଛି।
ଆଦିବାସୀ ମାନଙ୍କ ଅର୍ଥନୈତିକ ବିକାଶ ପାଇଁ ଟ୍ରାଇଫାଡ ମାଧ୍ୟମରେ ତାଙ୍କର ଜଙ୍ଗଲ ଜାତ ଉତ୍ପାଦିତ ସାମଗ୍ରୀ ସବୁ ଉଚିତ ମୂଲ୍ୟରେ କିଭଳି ବିକ୍ରି କରିପାରିବେ ଏବଂ ଠକାମୀର ଶିକାର ହେବେନାହିଁ , ତା’ର ମଧ୍ୟ ସବୁପ୍ରକାର ବ୍ୟବସ୍ଥା ଚାଲିଛି ।
କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ବେଳେ ମୋତେ ଯେଉଁ ୨ଟା ବିଭାଗ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ଦାୟିତ୍ୱ ଦିଆହୋଇଛି । ତେବେ ଦାୟିତ୍ୱ ନେବାର ୭ ଦିନ ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି , ଜଳଜୀବନ ମିଶନ ଅନ୍ତର୍ଗତ ୩ ହଜାର ୩୨୩ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଅଛି ଯେ , ୨୦୨୩ ମସିହା ସୁଦ୍ଧା ଘରେ ଘରେ ଶୁଦ୍ଧଜଳ ମିଳିବ , ଅର୍ଥାତ ଯାହାକୁ ଆମେ ହିନ୍ଦୀରେ ହର ଘର ଜଲ ବୋଲି କହୁଛେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ , ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅନିତାରାଣୀ ବେହେରା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଏବଂ ଡିଡବ୍ଲ୍ୟୁଓ ଶ୍ରୀ ସନ୍ତୋଷ କୁମାର ରଥ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।

Leave A Reply

Your email address will not be published.