ଅସ୍ତରଙ୍ଗ(ଦୁଃଶାସନ ନାୟକ) : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଦ୍ୱୀପାଞ୍ଚଳ ତାଳଦା ଠାରେ ଯୁବକର ମୃତ ଦେହକୁ ପୋଲିସ ଉଦ୍ଧାର କରିବା ପରେ ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଥିବା ଥାନାରେ ଅଭିଯୋଗ ହୋଇଛି।ଖବର ନେବାରେ ଜଣାପଡିଛି ଯେ ଏଡେବାଂଶ ଗ୍ରାମର ବିଜୟ ପରିଡା (୩୫) ଗତ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିବା ସମ୍ପର୍କରେ ଅସ୍ତରଙ୍ଗ ଥାନାରେ ବିଜୟ ପତ୍ନୀ କୁନି ଲତା ପରିଡା ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ଅସ୍ତରଙ୍ଗ ପୋଲିସ ତଦନ୍ତ ଚଳାଇଥିଲା।କିନ୍ତୁ ବିଜୟର କୌଣସି ସନ୍ଧାନ ମିଳିନଥିଲା।ଶନିବାର ଦିନ ସକାଳେ ତାଳଦା ସରକାରୀ ମଦ ଦୋକାନ ଠାରୁ ୩ ଶହ ମିଟର ଦୂରରେ ଏକ ପାଣି ଖାଲରୁ ବିଜୟର ମୃତ ଦେହ ଭାସୁଥିବା ଗ୍ରାମବାସୀମାନେ ଦେଖିବକୁ ପାଇଥିଲେ।ପରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ଛାନଭିନି ଆରମ୍ଭ କରିଥିଲା।ସାଇଣ୍ଟିଫିକି ଟିମି ଘଟଣା ସ୍ଥଳରୁ କିଛି ଆପତ୍ତି ଜଣକ ଜିନିଷ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା।ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ କୂଳ ସାହି ସାହି ଗ୍ରାମର ସୌଭାଗ୍ୟ ରଞ୍ଜନ ବିଶ୍ଵାଳ ଯେକି ସୁନ୍ଦରଗଡ ଜିଲ୍ଲାରେ ଠିକାଦାର କାର୍ଯ୍ୟ କରନ୍ତି।ସେ ବିଜୟକୁ ସୁନ୍ଦରଗଡ ନେବା ପାଇଁ ବିଜୟଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀଙ୍କ ସହିତ କଥା ହୋଇଥିଲେ ।କିନ୍ତୁ ସୌଭାଗ୍ୟ ବିଜୟଙ୍କ ଘରକୁ ଆସିବା ପୂର୍ବରୁ ୨ ହଜାର ଟଙ୍କା ଆକାଉଣ୍ଟକୁ ପଠାଇଥିଲା।ମଙ୍ଗଳ ବାର ଦିନ ସନ୍ଧ୍ୟାରେ ସୌଭାଗ୍ୟ ଦୁଇ ଜଣଙ୍କୁ ସାଥିରେ ଆଣି ତାଙ୍କ ଘରେ ପହଞ୍ଚି ସାଥିରେ ନେବା ପାଇଁ ଜିଦି କରିଥିଲା।ବିଜୟର ପତ୍ନୀ ମନାକରିବା ସତ୍ତ୍ୱେ ରାତି ୯ ଟାରେ ବିଜୟକୁ ବାଇକିରେ ନେଇଯାଇଥିଲା।ବିଳମ୍ବିତ ରାତିରେ ସୌଭାଗ୍ୟ ବିଜୟର ପତ୍ନୀକୁ ଫୋନ କରି କହିଲା ଯେ ବିଜୟ ମୋ ପାଖରୁ କୁଆଡେ ପଳାଇଛି।ଘରେ ଯାଇ ପହଞ୍ଚିଛିକି।ପତ୍ନୀ ମନା କରିବା ସହିତ ରାତି ସାରା ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ।ତାପରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।ମଙ୍ଗଳ ବାର ଦିନ ସକାଳେ ସରକାରୀ ମଦ ଦୋକାନ ଠାରୁ ୩ଶହ ମିଟର ଦୂରରେ ଏକ ସାର୍ଟ ପଡିଥିବାର ଦେଖି ଧାନ କାଟୁଥିବା ଚାଷୀମାନେ ବିଜୟର ପତ୍ନୀ କୁନି ପାଖକୁ ଖବର ଦେଇଥିଲେ।କୁନି ସାର୍ଟକୁ ଦେଖି ବିଜୟ ଏଇ ସାର୍ଟ ପିନ୍ଧି ସୌଭାଗ୍ୟ ସହିତ ଯାଇଥିବା କହି ସେଠାରେ ଖୋଜାଖୋଜି କରିବା ପରେ ବିଜୟର ମୃତ ଦେହକୁ ଦେଖିଥିଲେ। ପତ୍ନୀ କୁନି ବୟାନ ଦେଇଥିବା ତଥ୍ୟ ଅନୁଯାୟୀ ପାରିପାର୍ଶ୍ବିକ ଅବସ୍ଥାକୁ ଅନୁଧ୍ୟାନ କଲେ ଯାହା ଜଣା ପଡୁଛି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ।ସେ ଯାହା ହେଉ ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବବୋଲି ଆଶା କରାଯାଉଛି।ଘଟଣା ସମ୍ପର୍କରେ ମେରାଇନି ଥାନା ଅଧିକାରୀ ରବୀନ୍ଦ୍ର କୁମାର ସେଠୀ, ଅସ୍ତରଙ୍ଗ ଏସ ଆଇ ଅଶୋକ କୁମାର ଦାସଙ୍କ ଏକ ସ୍ୱତନ୍ତ୍ର ଟିମି ତଦନ୍ତ ଜାରି ରଖିଛନ୍ତି।ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି କେଶ କରାଯାଇନଥିଲା।ମୃତ ବିଜୟଙ୍କର ୭ ବର୍ଷର ପୁଅ ଓ ୨ ମାସର ଏକ ଶିଶୁ କନ୍ୟା ଅଛି।ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
Sign in
Sign in
Recover your password.
A password will be e-mailed to you.
Prev Post