ଅସ୍ତରଙ୍ଗ(ଦୁଃଶାସନ ନାୟକ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅସ୍ତରଙ୍ଗ ବ୍ଲକରେ ଜୋନ ସ୍ତରୀୟ କୋର କମିଟି ବୈଠକ ଦୁଇ ପର୍ଯ୍ୟାରେ ଜୋନନଂ ୧ ର ପ୍ରଥମ ବୈଠକ ଖଟୁଆ ଗାଦି ମଠ ପରିସରରେ ଅନୁଷ୍ଠିତ ହୋଇଥିଲା।ଦ୍ୱିତୀୟ ପର୍ଯ୍ୟାୟରେ ବୈଠକ ପୀରଜାହାନିଆ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ଵାଇଁ, ବ୍ଲକ ବିଜେଡି ସଭାପତି କେଦାରନାଥ ବିଶ୍ବାଳ,ସାଂସଦ ପ୍ରତିନିଧି ଚମ୍ପକ ବାରିକ ,ବ୍ଲକ ବିଜେଡି ଯୁବ ସଭାପତି ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ନିର୍ବାଚନରେ ଦୁଇ ଜୋନ ର ଜିଲ୍ଲା ପରିଷଦ ପ୍ରାଥୀଙ୍କୁ ବିପୁଳ ପରିମାଣରେ ଜିତାଇବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।ତୃଣମୂଳ ସ୍ତରରେ ବିଜେଡି ପ୍ରାଥୀ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ମାନଙ୍କୁ ଜିତାଇବା ପାଇଁ ୧୧ ଜଣିଆ ୱାର୍ଡ କମିଟି ମାନଙ୍କୁ ପରାମର୍ଶ ଦେଇଥିଲେ। ଆଶାୟୀ ମାନେ ପଦ ପଦବୀକୁ ଗୁରୁତ୍ୱ ନ ଦେଇ ଦଳୀୟ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ସହିତ ଦଳୀୟ ପ୍ରାଥୀ ମାନଙ୍କୁ ଜିତାଇବା ପାଇଁ ସ୍ଵାଧୀନ ନାୟକ ଆହ୍ୱାନ ଦେଇଥିଲେ ଓ ନବୀନ ପଟ୍ଟନାୟକଙ୍କ ସ୍ଥାୟୀତ୍ୱ ଆପଣଙ୍କ ମାନଙ୍କର ଦାୟିତ୍ୱ ବୋଲି ଦୃଢୋଉକ୍ତି ପ୍ରକାଶ କରିଥିଲେ।ପ୍ରତ୍ୟେକ ଗ୍ରାମାଞ୍ଚଳରେ ଘରେ ଘରେ ନବୀନ ପଟ୍ଟନାୟକଙ୍କର ବିକାଶ, ଜନସ୍ଵାର୍ଥ ମୂଳକ କାର୍ଯ୍ୟ, ଗ୍ରାମାଞ୍ଚଳରେ ବିକାଶର କାର୍ଯ୍ୟଧାରା ,ମହିଳାଙ୍କ ଶସସ୍ତ୍ରୀକରଣ,ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ,ଶିକ୍ଷାର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ଆଧୁନିକ କରଣ ପ୍ରମୁଖ କାର୍ଯ୍ୟଧାର ସମ୍ପର୍କରେ ଅବଗତ କରାଇବା ପାଇଁ ଆହ୍ୱାନ ଦିଆଯାଇଥିଲା।ମୁଖ୍ୟତଃ ଜିଲ୍ଲା ପରିଷଦ ପ୍ରାଥୀ ମାନଙ୍କୁ ଜିତାଇବା ପାଇଁ ଦୁଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜୋନ ନଂ ୧ର ସଂଯୋଜକ ଶୋଭକାର ବେହେରା, ଜୋନ ନଂ୨ର ସଂଯୋଜକ ପର୍ଶୁରାମ ସ୍ବାଇଁ, ସରପଞ୍ଚ ମଙ୍ଗୁଳି ପ୍ରଧାନ, ତରୁଣ ନାୟକ,ସମିତି ସଭ୍ୟା ସୁକୁମାରୀ ମୁଣ୍ଡା, ବରିଷ୍ଠ ବିଜେଡି ନେତା ବିମ୍ବାଧର ବିଶ୍ୱାଳ, ପୁରନ୍ଦର ବିଶ୍ବାଳ, ପ୍ରଶାନ୍ତ ଯେନା,ଶିବ ପ୍ରସାଦ ଯେନା, ପ୍ରସନ୍ନ ବିଶ୍ବାଳ, ଅଜୟ ପରିଡା, ଚକ୍ରଧର ସ୍ବାଇଁ, ପ୍ରମୁଖ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.