ନୟାଗଡ଼ (ବିଶ୍ଵଜିତ ନାୟକ)-ନୟାଗଡ଼ ପୌରପରିଷଦ ଅଂଚଳର ବହୁ ପ୍ରମୁଖ ବିଜେପି ଓ କଂଗ୍ରେସ ନେତା ଆଜି ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଇଛନ୍ତି | ସେହିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ମଧ୍ୟ ଆଯି ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଚେୟାରମ୍ୟାନ ନିରୁପମା ଖଟେଇ, ସମାଜସେବୀ ଶ୍ରୀକାନ୍ତ ଖଟେଇ ଏବଂ ରାଜ ପ୍ରଧାନଙ୍କ ସମେତ ନୟାଗଡ଼ ପୌରପରିଷଦର ବିଭିନ୍ନ ୱାର୍ଡରୁ ବହୁ ବିରୋଧି କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନୟାଗଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବ ଉତ୍ସବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ଶହ ନୟାଗଡ଼ ବିଧାୟକ ଡ.ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଉକ୍ତ ବିରୋଧି ନେତାମାନେ ବିଜେଡିରେ ସାମିଲ ହୋଇଥିବା ମତ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.