ହାଟଡିହି/ ମକରଧ୍ବଜ ଜେନା : ଆମ୍ବୋ ପଂଚାୟତର ଅଣତିରା ସ୍ଥିତ ତାରିଣୀ ମଠ ପଡିଆ ରେ ବିଜେପି ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଏହି ପଂଚାୟତରୁ ୪୦ରୁ ଉର୍ଦ୍ଧ୍ବ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ର ନିତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ ଙ୍କ ଦକ୍ଷ ନେତୃତ୍ଵ ରେ ଭରସା କରି ବଜେପି ରେ ସାମିଲ ହୋଇଥିବାର ଜଣାପଡ଼ିଛି। ଏହି କର୍ମୀ ସମ୍ମିଳନୀ ରେ ଶତାଧିକ ବିଜେପି କାର୍ଯ୍ୟକର୍ତା ଯୋଗଦେଇ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ପଂଚାୟତରେ ବିଜେପି କୁ ବିଜୟୀ କରିବା ଉପରେ ଉପସ୍ଥିତ ଥିବା ନେତୃମଣ୍ଡଳୀ ଗୁରୁତ୍ବରୋପ କରିଥିଲେ। ଏହି ବୈଠକ କୁ ବଂଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତ ପରିଚାଳନା କରିଥିବାବେଳେ ବରିଷ୍ଠ ନେତା ଆଲୋକ ସେଠି, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁ,ମଧୁସୂଦନ ରାଉତ, ଜୟନରାୟନ ମହାପାତ୍ର, ଭରତ ମିଶ୍ର, ସୁରେନ୍ଦ୍ର ସାହୁ, ବେଣୁଧର ଜେନା ପ୍ରମୁଖ ଯୋଗଦେଇ ଥିବା ବେଳେ ଡମ୍ବରୁଧର ପଣ୍ଡା,ପ୍ରଦୀପ ମହାପାତ୍ର, ଧୀରେନ୍ଦ୍ର ଦାସ,ବାଇଧର ଓଝା, ଗୋପବନ୍ଧୁ ଦାସ,ଗୋପାଳ ମହାପାତ୍ର, ସଂଗ୍ରାମ ବେହେରା, ହୃଷିକେଶ ବେହେରା,ଜ୍ଞାନେନ୍ଦ୍ର ମହାପାତ୍ର, ଗୋଲକ ଦାସ,ଶ୍ରୀଧର ଦାସ,ଗୟାଧର ମାଝୀ, ବାବନ ଜେନା,ଶ୍ରୀକାନ୍ତ ପଳତା,ନରହରି ଜେନା,ନିଧି ଦାସ,ରବୀନ୍ଦ୍ର ସାହୁ,,କଳିଙ୍ଗ ବେହେରା,ସୁରେନ୍ଦ୍ର ଜେନା,,ଚରଣ ଦାସ,ପରୀକ୍ଷିତ ଜେନା,,ନାରାୟଣ ଜେନା,ଅମରଜିତ ମହାପାତ୍ର, ମାୟାଧର ମାଝୀ,, ରାଜେନ୍ଦ୍ର ଦାସ, ଅଭିମନ୍ୟୁ ଜେନା, ହୃଷିକେଶ ବେହେରା,,ପ୍ରକାଶ ଦାସ,ଙ୍କ ସମେତ ୫୦ ଜଣ ବିଜେଡି ଓ କଂଗ୍ରେସ ଛାଡି ବଜେପି ରେ ସାମିଲ ହେଲେ। ବିଜେପି ନେତା ଆଲୋକ ସେଠୀ ଓ ଉପସ୍ଥିତ ସମସ୍ତ ବରିଷ୍ଠ ନେତା ନବାଗତ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post