ପଦ୍ମପୁର(ଶାସକପ୍ରଶାସକ)-ତ୍ରିସ୍ତରୀୟ ନିର୍ବାଚନ ପ୍ରସ୍ତୁତି ପାଇଁ ଭାରତୀୟ ଜନତା ପାର୍ଟି ଲଖମରା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ସାପଲହର ଗ୍ରାମ ଠାରେ ଅନୁଷ୍ଠିତ ହୋଇ ଯାଇଛି । ମାଣ୍ତିଆଢିପା,କେଛୋଦାଦର,ଟେମେରୀ,ବୁକୁରାମୁଣ୍ତା,ବାଦିକଟା,ସରେଇକେଲା,ଲଖମରା,ଚର୍ଦାପାଲି ଆଦି ଗ୍ରାମ ପଞ୍ଚାୟତ ମାନଙ୍କୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ,ସମିତି ସଭ୍ୟ ,ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ପାଇଁ କମିଟୀ ଗଠନ କରାଯିବ ସହ ନିର୍ବାଚନ ପ୍ରଚାର ପ୍ରସାର ପାଇଁ ଏକ ସାତ ଜଣିଆ କୋର୍ କମିଟି ଗଠିତ ହୋଇଥିଲା । ଏହି ସମ୍ମିଳନୀରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ମୁକ୍ତା ସାହୁ, ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ସମାବେଶରେ ବିଜେପି ପ୍ରତି ଆକୃଷ୍ଟ ହୋଇ ୫୦ ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ ସଦସ୍ୟ ମାନେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଥିଲେ । ମୁଖ୍ୟଅତିଥି ଶ୍ରୀ ପୁରୋହିତ ଯୋଗ ଦେଇଥିବା ନୁତନ ସଦସ୍ୟ ସର୍ବଶ୍ରୀ ସାଗର ବରିହା,ସର୍ତ୍ତିତନ ବରିହା,ଅଶାଡୁ ବରିହା,ସୁରଭି ବରିହା,ମହାଦେବ ମରେହି,ଉତ୍କଳ ପଟେଲ,ଦିଲ୍ଲୀପ ମେହେର,ରହିତ ପଟେଲ,ବାସୁଦେବ ସାହୁ,ଗଙ୍ଗାଧର ସାହୁ,ରାଜେନ୍ଦ୍ର ନାଗ,ପ୍ରମୋଦ ମଟାରୀ,ଗଣେଶ ଖୁଟୁଲା,ତୁଳାରାମ ପ୍ରଧାନ,କିଶୋର ଭୋଇ,ମଣ୍ଟୁ ପ୍ରଧାନ,ସୁଶାନ୍ତ ସାହୁ,ଆଲୋକ ସାହୁଙ୍କୁ ବିଜେପି ଟୋପି ପିନ୍ଧାଇ ପାର୍ଟିରେ ସାମିଲ କରାଇ ଥିଲେ ।
Sign in
Sign in
Recover your password.
A password will be e-mailed to you.