ମାହାଙ୍ଗା -:(ସପ୍ତ ଜ୍ୟୋତି ରାଉଳ)କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାସୁଦେବପୁର ଓ କୋଳିଅଠା ପଞ୍ଚାୟତସ୍ତରୀୟ କାର୍ଯ୍ୟ କର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ଅରୁଣ କୁମାର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ଏହି ସମ୍ମିଳନୀରେମାହାଙ୍ଗାର ବିଜେପି ଯୁବନେତା ସାରଦା ପ୍ରଧାନ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୂଣମୁଳ ସ୍ତରରୁ ସାଙ୍ଗଠନିକ କାର୍ଯ୍ୟ କରିବା ପାଇଁ କର୍ମୀମାନଙ୍କୁ କହିଥିଲେ ଓ ପ୍ରତ୍ୟେକ ଘରକୁ ଘର ବୁଲି ଦଳଗତ ନିର୍ବିଶେଷରେ କେନ୍ଦ୍ରସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଲୋକମାନଙ୍କ ପାଖରେ ପହଁଚାଁଇବାକୁ କହିବା ସହ ଲୋକଙ୍କ ନିକଟତର ହୋଇ ଲୋକଙ୍କ କାମକରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଅପର ପକ୍ଷରେ ୩୫ ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ସାରଦା ପ୍ରସାଦ ପ୍ରଧାନଙ୍କ ନେତୃତ୍ଵ ପ୍ରତି ଆସ୍ଥା ପ୍ରକଟ କରି ବିଜେପିରେ ମିଶିଥିଲେ। ଏହି ବୈଠକରେ କୋଳିଅଠା ପଞ୍ଚାୟତର ସଂଖ୍ୟା ଲଘୁ ବରିଷ୍ଠ ସଦସ୍ୟ ଗୟାସ୍ଉଦ୍ଦିନଙ୍କୁ ଭାରତୀୟ ଜନତା ପାର୍ଟି ରେ ବିଧି ବଦ୍ଧ ଭାବେ ସାରଦା ପ୍ରଧାନ ଯୋଗଦାନ କରିଥିଲେ | ଓବିସି ମୋଚ୍ଚା କଟକ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ କୁମାର ବାରିକ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁରେଶ ବଳ, କଟକ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରଶ୍ମିରଞ୍ଜନ ସ୍ବାଇଁ, ମଣ୍ଡଳ ର ସଂଖ୍ୟା ଲଘୁ ସଭାପତି ସେକ୍ ମୁସିଦି ଅଲ୍ଲୀ, ମଣ୍ଡଳ ସାଧାରଣ ସମ୍ପାଦକ ଅମିତାଭ ପଣ୍ଡା ବାସୁଦେବପୁର ପଞ୍ଚାୟତ ସଭାପତି ଜୟନ୍ତ ବଳ ,କୋଳିଅଠା ପଞ୍ଚାୟତ ସଭାପତି ଅଜିତ୍ କୁମାର ବଳ, ବାସୁଦେବପୁର ପଞ୍ଚାୟତ ର ଯୁବ ସଙ୍ଗଠକ ଉମେଶ ବାରିକ ,କୋଳିଅଠା ପଞ୍ଚାୟତ ର ଯୁବ ସମାଜ ସେବି ନିର୍ମଳ କୁମାର ସିଂ, ମିଥୁନ ରାଉତ, ଅଭିଷେକ ନାୟକ,ଯିବନ ଜ୍ୟୋତି ମହାପାତ୍ର, ଦେବେନ୍ଦ୍ର ସେଠୀ, ଧନଞ୍ଜୟ ବଳ ଙ୍କ ସହ କୋଳିଅଠା ଓ ବାସୁଦେବପୁର ପଞ୍ଚାୟତ ର ବହୁ ବିଜେପି କର୍ମି ଏହି ବୈଠକରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା
Sign in
Sign in
Recover your password.
A password will be e-mailed to you.