ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା )ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତ ବାଦୁଆ ଗ୍ରାମର ଜଣେ ୭୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଆଭିଯୋଗ ରେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଅଭିଯୋଗ ପ୍ରକାରେ ବାଦୁଆ ଗ୍ରାମର ସ୍ୱର୍ଗତ ହରିହର ବେହେରାଙ୍କ ଧର୍ମପତ୍ନୀ ସୁକାନ୍ତି ବେହେରା (୭୨) ନିଜ ଘର ବାରଣ୍ଡାରେ ବସିଥିବା ବେଳେ ୧୩/୧୧/୨୧ ତାରିଖ ଅପରାହ୍ନ ସମୟରେ ସେହି ବାଦୁଆ ଗ୍ରାମର ଲକ୍ଷ୍ମଣ ବେହେରାଙ୍କ ପତ୍ନୀ ବିଷ୍ଣୁ ବେହେରା, ଏବଂ ପୁଅ ଶଙ୍କର ବେହେରା ଓ ତ୍ରିଲୋଚନ ବେହେରା ତିନିଜଣ ଆସି ସୁକାନ୍ତିଙ୍କୁ ଗାଳିଗୁଲଜ କରି ମାଡମାରିବା ସହ ଏକ ଗୋଜିଆ ଖଣତି ରେ ମୁଣ୍ଡକୁ ଲକ୍ଷ କରି ଭୁଷି ଦେବା ବେଳ ସୁକାନ୍ତି ଘୁଞ୍ଚି ପଡିବା ଯୋଗୁଁ ଛାତି ପାର୍ଶ୍ୱରେ ଆଘାତ ଲାଗିଥିଲା। ଏନେଇ ସୁକାନ୍ତି ବେହେରାଙ୍କ ଲିଖିତ ଅଭିଯୋଗ କ୍ରମେ ବୁଗୁଡା ଥାନା କେସ ନଂ ୬୦୦/୨୧ ଧାରା ୩୪୧, ୩୨୩, ୨୯୪, ୩୫୪, ୩୭୯, ୩୦୭, ୫୦୬ ଓ ୩୪ ଆଇପିସି ପ୍ରକାରେ ୧୩/୧୧/୨୧ ତାରିଖ ଦିନ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ଅନୁସନ୍ଧାନ ଜାରି ରହିଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post