ବଲାଙ୍ଗିର (ଶାସକ ପ୍ରଶାସକ )- ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦେ୍ଧଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର, ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ଯୋଗଦେଇ ଶିଶୁମାନଙ୍କର ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଉତ୍ସବ ଅବସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ପ୍ରତିଯୋଗୀତାରେ ଚିତ୍ରାଙ୍କନରେ ରାଜେଶ ସାଏ, ବାଗ୍ମିତାରେ ସ୍ନେହା କୁମ୍ଭାର, ପ୍ରବନ୍ଧରେ ପ୍ରତ୍ୟୁଷ କୁମାର ନାଏକ, ସଙ୍ଗୀତରେ ଅଜୟ ଚନ୍ଦନ ଏବଂ ଦଳଗତ ନୃତ୍ୟରେ ଓଏଭି ପଥରଚେପା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବି. ଯସ୍ମିନ ଜଲି, ଶର୍ମିଷ୍ଠା ହୋତା । ବିଚାରକ ଭାବରେ ଇଟିଇଆଇ ର ଡ. ସୁଧାଂଶୁବାଳା ତ୍ରିପାଠୀ, ଆରତୀ ସାହୁ, ଡ. ସୁଧୀର ସାହୁ, ଚିତ୍ରଶିଳ୍ପୀ ବାସୁଦେବ ମେହେର, ଦିଲିପ ସିଂ ଦେଓ, ସୁଷମା ଉଦଗାତା, କଳ୍ପନା ତ୍ରିପାଠୀ, ସଂସ୍କୃତି ପଟ୍ଟନାୟକ, ଯସ୍ମିନ ଜଲି, ଯାଜ୍ଞସେନୀ ମହାପାତ୍ର, ଦୀପକ ବରାଳ, ମୂରଲିଧାରୀ ପତି, ପିତବାସ ପଣ୍ଡା, ରାମଗୋପାଲ ଖମାରୀ ଶର୍ମା ଯୋଗ ଦେଇଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଶିକ୍ଷାବିତ ସନାତନ ଠାକୁର, ସମସ୍ତ ବ୍ଲକର ବିଇଓ, ଏବିଇଓ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ସରୋଜ ନାୟକ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବିଆରସିସି, ସିଆରସିସି ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗାଇଡ୍ ଶିକ୍ଷକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.