ବୈଦନାଥ ବେହେରା (ବେହେରା ଗୁରୁ)ଙ୍କ ମର୍ମନ୍ତୁ ସଡ଼କ ଦୁର୍ଘଟଣା ରେ ଦେହ|ନ୍ତ

20


କୁଚିଣ୍ଡା : (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ତୁରେଇନିକ୍ତିମାଲ ଗ୍ରାମର ବୈଦନାଥ ବେହେରା ଗୁରୁ ସମସ୍ତଙ୍କ ନିକଟରେ ‘ବେହେରା ଗୁରୁ’ ଭାବରେ ପରିଚିତ ଥିଲେ)ଙ୍କର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଘଟଣା ପରେ ତୁରେଇନିକ୍ତିମାଲ, ତୁରେଇ, କୁନ୍ତରା ଏବଂ କୁସୁମୀ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି|
ପ୍ରାପ୍ତ ସୂଚନା ଅନୁଯାୟୀ, ବୈଦନାଥ ବେହେରା (ବେହେରା ଗୁରୁ) କୁନ୍ତରା ବଜାରରୁ ନିଜର ଦୈନନ୍ଦିନ କାମ ସାରି ଘରକୁ ଫେରୁଥିଲେ। ସେହି ସମୟରେ କାଳୀଝରଣ ନିକଟସ୍ଥ ରାସ୍ତାରେ ଏକ ଦ୍ରୁତଗାମୀ ଯାନ ତାଙ୍କୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଧକ୍କା ଫଳରେ ସେ ରାସ୍ତା ଉପରେ ଗୁରୁତର ଭାବେ ଆହତ ହୋଇ ପଡ଼ିରହିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା।
ଦୁର୍ଘଟଣା ଘଟିବାକ୍ଷଣି ସ୍ଥାନୀୟ ଲୋକେ ଏବଂ ଉପସ୍ଥିତ ବ୍ୟକ୍ତିମାନେ ତତ୍‌କ୍ଷଣାତ୍ ଆମ୍ବୁଲାନ୍ସକୁ ଫୋନ୍ କରି ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ, ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ବଲେରୋ (Bolero) ଗାଡ଼ିର ବ୍ୟବସ୍ଥା କରାଯାଇ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ନିମନ୍ତେ କୁଚିଣ୍ଡା ମେଡିକାଲକୁ ଅଣାଯାଉଥିଲା। ମାତ୍ର ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ଏବଂ କୁଚିଣ୍ଡା ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ବୈଦନାଥ ବେହେରା (ବେହେରା ଗୁରୁ) ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ସରଳ ଏବଂ ସବୁବେଳେ ସକ୍ରିୟ ଭାବରେ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିବା ବ୍ୟକ୍ତି ଥିଲେ। ତାଙ୍କର ଏଭଳି ଆକସ୍ମିକ ଏବଂ ଦୁଃଖଦ ମୃତ୍ୟୁକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି। ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଗ୍ରାମବାସୀ ଏବଂ ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇ ସ୍ୱର୍ଗତ ବେହେରା ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ଅପୂରଣୀୟ କ୍ଷତି କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ଅଞ୍ଚଳ ପାଇଁ ଏକ ଏକ ବଡ଼ କ୍ଷତି ଅଟେ।

Leave A Reply

Your email address will not be published.